ଘରୋଇ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ୩ ଜଣ ଗୁରୁତର, ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଭୋର ସକାଳୁ ଶୋଇଥିବା ସମୟରେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଲାଲୁ ଯାନୀ (୪୫)ଙ୍କୁ କାବୁ କରି ପୋଲିସ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଲାଇଛି । ପ୍ରକାଶ ଯେ, ସୋମବାର ଭୋର ସକାଳୁ ବୈଶାଖୁ ଯାନୀ (୩୦), ପତ୍ନୀ ବେଲମତୀ ଯାନୀ (୨୮) ଓ ମାଆ ଉଲା ଯାନୀ (୬୦) ଘରେ ଶୋଇଥିବା ବେଳେ ବଡ଼ ଭାଇ ଲାଲୁ ଯାନୀ କିଛି ଘରୋଇ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଯାହା ଫଳରେ ବୈଶାଖୁଙ୍କୁ ୩ରୁ ୪ ଚୋଟ ପଡିଥିବା ବେଳେ ଗୁରୁତର ହୋଇପଡିଛନ୍ତି । ଅନ୍ୟପଟେ ବେଳମତି ଯାନୀ ଓ ତାଙ୍କ ମାଆ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି । ଉଭୟଙ୍କୁ ଗାଁ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଇଁତଲା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଖବର ପାଇ ସଇଁତଲା ପୋଲିସ ଘଟଣାସ୍ଥଳକୁ ପହଂଚି ଅଭିଯୁକ୍ତ ଲାଲୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ ଚଲାଇଛି ।

Leave A Reply

Your email address will not be published.

1 + 13 =