pakka

ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ସପ୍ତମ ବେତନ ଲାଗୁ ପ୍ରକିୟାରେ ଅସନ୍ତୋଷ

  • ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ତଥା ଶିକ୍ଷା କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତି ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆଦେଶ ସଂଖ୍ୟା ୬୩୩ ତା୧୧/୦୧/୨୦୨୨ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର ଜିଲ୍ଲାର ୭୫ଟି ବିଦ୍ୟାଳୟର ୭୫୦ରୁ ଅଧିକ ଶିକ୍ଷକ ତଥା ଶିକ୍ଷା କର୍ମଚାରୀମାନଙ୍କ ଦରମା ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଆଲଟମେଣ୍ଟ ନଥିବା ଦର୍ଶାଇ ଉପରୋକ୍ତ ବିଦ୍ୟାଳୟର ଶିକ୍ଷକ ତଥା ଶିକ୍ଷା କର୍ମଚାରୀମାନଙ୍କୁ ପୁରୁଣା ହାରରେ ଦରମା ପ୍ରଦାନ କରାଯାଉଛି । ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୧୦୨୫୨ତା୧୩/ ୫/୨୦୨୨ ସପ୍ତମ ବେତନ ପ୍ରଦାନର ପଦ୍ଧତି (ମୋଡାଲିଟି) ପ୍ରକାଶ ପାଇ ଉପରୋକ୍ତ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୦୪୨୧ ତା ୧୩/୦୫/୨୦୨୨ରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦେଶ ସଂଖ୍ୟା ୬୩୩ ତା ୧୧/୦୧/୨୦୨୨ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଦରମା ନିର୍ଦ୍ଧାରଣ ପ୍ରକିୟା ଜାରି ରହିଥିବା ସମୟରେ ଅନେକ ଜିଲ୍ଲା ନୂତନ ହାରରେ ଦରମା ପ୍ରଦାନ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଉପରୋକ୍ତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସେମାନଙ୍କ ନାର୍ଯ୍ୟରୁ ବଂଚିତ କରିବା ସହିତ ଉପରୋକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ନ୍ୟାୟୋଚିତ ଅଧିକାର ପ୍ରଦାନ କରୁନଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀର ନିଷ୍ପତ୍ତି କ୍ରମେ ଦୀର୍ଘ ବର୍ଷ ବିନା ଦରମାରେ, ସ୍ବଳ୍ପ ଦରମାରେ, ଅବସର କାଳୀନ ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ନ୍ୟାୟୋଚିତ ପାଉଣା ପ୍ରାପ୍ୟ ନିମିତ୍ତ ସର୍ବଦା ଚେଷ୍ଟା ରଖିବା ସହିତ ପ୍ରକାଶିତ ମୋଡାଲିଟୀକୁ ତିବ୍ର ବିରୋଧ କରିବା ପାଇଁ ଜିଲ୍ଲା ସଭାପତି ଅବନୀ କୁମାର ତ୍ରିପାଠୀ ସଂପାଦକ କୁଶଧ୍ୱଜ ସାହୁ ଉପଦେଷ୍ଟା କମିଟି ସଦସ୍ୟ ପୁରନ୍ଦର ଦାଶ, ସୁଧାଂଶୁ ଶେକର ବାବୁ, ପୂର୍ଣ୍ଣଚନ୍ଦ୍ର ମେହେର, ଶଙ୍କର ପ୍ରସାଦ ମିଶ୍ର, ସାରଥୀ ସାହୁ, ଗୋବିନ୍ଦ ବଗର୍ତ୍ତୀ, ରୁଦ୍ର ହେର୍ଣ୍ଣା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସୁଧିର ନାଏକ, ଅନୀଲ କୁମାର ସାହୁ, ତାରାକାନ୍ତ ମିଶ୍ର, ସଂଜିବ ହୋତା, ବରୁଣ ସାହୁ ପ୍ରମୁଖ ସମସ୍ୟାର ଆଶୁ ସମାଧାନ ନ ହେଲେ ଶିକ୍ଷକ ଶିକ୍ଷା କର୍ମଚାରୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

9 − three =