pakka

ସାବିତ୍ରୀ ସତ୍ୟବାନ ନାଟକ ପାଇଁ ରାମଜୀ ନାଟକ ସଂସ୍ଥା ଦ୍ୱାରା ପ୍ରସ୍ତୁତି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଏକ ମାସ ଧରି ଚାଲିଥିବା ରାମଲୀଳା ନାଟକର ସଫଳ ସମାପ୍ତି ପରେ ରାମଜୀ ନାଟ୍ୟ ସଂସଦ ବଲାଙ୍ଗିରର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୩୦ ତାରିଖରେ ଚଳିତ ବର୍ଷ ସାବିତ୍ରୀ ବ୍ରତ ଉପଲକ୍ଷେ ‘ସାବିତ୍ରୀ ସତ୍ୟବାନ’ ନାଟକ ଆୟୋଜିତ କରିବା ପାଇଁ ନାଟ୍ୟ ସଂସଦ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ନାଟ୍ୟ ସଂସଦ ଦ୍ୱାରା ପୂର୍ବରୁ ଏହି ନାଟକ ପରିବେଷିତ ହେଉଥିବା ବେଳେ ଚଳିତ ବର୍ଷ ପୁଣି ଏହି ନାଟକକୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୀତିନାଟ୍ୟ ରୂପେ ବଛା ବଛା ଆଞ୍ଚଳିକ କଳାକାରଙ୍କୁ ନେଇ ପରିବେଷଣ କରାଯିବ । ସଭାରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀରାମଙ୍କ ପ୍ରାର୍ଥନା ହୋଇଥିଲା । ଏହା ପରେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ପୁଣି ଥରେ କିପରି ସାବିତ୍ରୀ ସତ୍ୟବାନ ନାଟକ ଲୋକପ୍ରିୟ ତଥା ସଫଳ ହୋଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା ପାତ୍ର ଚୟନ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସଭାରେ ସମସ୍ତ ସଭ୍ୟ ନିଜ ନିଜ ଅନୁଭୂତି ତଥା ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ଡା. ରୁଦ୍ରନାରାୟଣ ପଟେଲ ନାଟ୍ୟ ସଂସଦକୁ କିପରି ଲୋକାଭିମୁଖୀ କରାଯିବା ସହ ବଲାଙ୍ଗିର ଜିଲ୍ଲାକୁ ଏକ ଐତିହ୍ୟ ତଥା ପୌରାଣିକ ସହର ରୂପେ ପରିଣତ କରାଯାଇ ପରିବ ସେଥିପ୍ରତି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ପରେ ପରେ କଳାକାର ଚୟନ ମାଉସୀ ମା’ ମନ୍ଦିରରେ କଳାକାର ଚୟନ କରାଯାଇଥିଲା । ସାବିତ୍ରୀ ମାନସ ରଂଜନ ସାହୁ, ସତ୍ୟବାନ ପାଇଁ ଆନନ୍ଦ ମିଶ୍ର, ରାଜା ପାଇଁ କୁମୁଦ ନାଏକ, ଅନ୍ଧରାଜା ପାଇଁ ଅରୁଣ କୁମାର ରାଉତ, ଅନ୍ଧୁଣି ଚୈତନ୍ୟ ମଟାରି, ନାରଦ – ରାମ ଦାଶ, ମନ୍ତ୍ରୀ – ଘୁଣ୍ଡୁଗୋପାଳ ମିଶ୍ର, କୁଟୁଆଳ – ରାଜୁ ପଟେଲ, ଜମ ଭୂମିକାରେ – ଡ. ରୁଦ୍ର ପଟେଲ, ଚିତ୍ରଗୁପ୍ତ – ଚିଦାନନ୍ଦ ବେହେରା, ସଖି ରାମ ପ୍ରସାଦ ସାହୁ, କ୍ଷେତ୍ର ବନଛୋର, ନରେନ୍ଦ୍ର ନିଆଲ, ହିମାଂଶୁ ଯୋଷୀ । ଚିଦାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.

eleven − 6 =