pakka

ରୁଗୁଡିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନବୀନ ନାଏକ ଯୋଗ ଦେଇଥିବା ବେଳେ ପୁର୍ବତନ ପ୍ରଧାନ ଶିକ୍ଷକ ମନ୍ଦାକିନୀ ଯୋଷୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମିଝିରାଣୀ ନନ୍ଦ, ସ୍ଥାନୀୟ କାଉନସିଲର ହରିଶଙ୍କର ଛତ୍ରିଆ ଓ ଶାନ୍ତି ବାଦଲ ମଂଚାସୀନ ଥିଲେ । ପ୍ରଥମ କରି ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ୬୦ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ସ୍କୁଲର ବିଭିନ୍ନ ଯୋଜନା ସାମିଲ ହେବ ଓ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ସଭାରେ ଆଲୋଚନା ହୋଇଥିଲା । ଶିକ୍ଷୟତ୍ରୀ ସାରଦା ପଟ୍ଟନାୟକ, କଲ୍ୟାଣୀ ପାଣିଗ୍ରାହୀ, ସୁନ୍ଦା ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 2 =