୧୪୭୦ ଲିଟର ଚୋରା ଦେଶୀ ମଦ ଜବତ

କଟକ : କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡା ଗ୍ରାମରେ ଅବକାରୀ ଚଢାଉ । ଆଠଗଡ଼ ଓ ତିଗିରିଆ ତହସିଲଦାର, ବନବିଭାଗ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଚଢାଉ ବେଳେ ୧୪୭୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୮୨୯୫ ଲିଟର ପୋଚ ନଷ୍ଟ କରାଯାଇଛି । ସୂଚନା ଅନୁଯ୍ରାୀ, ଭିରୁଡା ଗାଁ ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ଚୋରା ଚାଲାଣ କରାଯାଏ ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.