pakka

ବିପୁଳ ପରିମାଣର କାଠ ବୋଝେଇ ଟ୍ରାକ୍ଟର ଜବତ୍‌ କଲା ଦେଓଗାଁ ବନ ବିଭାଗ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଗତ ରାତିରେ ଏକ ନମ୍ବର ବିହୀନ ବିପୁଳ ପରିମାଣର କାଠ ବୋଝେଇ ଟ୍ରାକ୍ଟରକୁ ଜବତ୍‌ କରିଛି ବନ ବିଭାଗ । ସୂଚନା ଅନୁସାରେ ଗତ ରାତିରେ ପ୍ରାୟ ୧ଟା ସମୟରେ ପେଟ୍ରୋଲିଂ ସମୟରେ ଦେଓଗାଁ ଥାନା ଅନ୍ତର୍ଗତ ପଦମ୍‌ପୁର ଗ୍ରାମ ପାଖରେ ୩୧୮ ଖଣ୍ଡ ଶାଳ, ପିଆଶାଳ, ଖଇର ଓ ଅନ୍ୟାନ୍ୟ ବଲି ବୋଝେଇ ହୋଇଥିବା ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟରକୁ କାବୁ କରିଥିଲା ଦେଓଗାଁ ବନ ବିଭାଗ । ଏତିକି ବେଳେ ଘଟଣା ସ୍ଥଳରୁ ୭ ଜଣ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ବେଳେ ଏବେ ଟ୍ରାକ୍ଟର ମାଲିକଙ୍କୁ ବନ ବିଭାଗ ଖୋଜୁଥିବା ଜଣାପଡ଼ିଛି । ଦେଓଗାଁ ରେଂଜ୍‌ ଅଧିକାରୀ ଯୁଧିଷ୍ଠିର ଜାଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଫରେଷ୍ଟର ବ୍ୟାସଦେବ ସାହୁ, ଜନ୍ମେଜୟ ପାଣିଗ୍ରାହୀ ଓ ଦେଓଗାଁ ପାରା ଷ୍ଟାଫ୍‌ ସାମିଲ୍‌ ଥିଲେ ।

jay balangir
Leave A Reply

Your email address will not be published.

five + seven =