pakka

ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ : ୧ ଗିରଫ

bbehera

ଝାରସୁଗୁଡ଼ା : ସଦର ଥାନା ଅନ୍ତର୍ଗତ ତେଲିଭଟା, କବରସ୍ଥାନପଡ଼ା ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ପୁଲିସ୍‌ ଉକ୍ତ ସନ୍ଦିଗ୍ଧ ଯୁବକ ପିନ୍ଧିଥିବା ଜ୍ୟାକେଟ୍‌ରୁ ୧୮.୨୯ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିଲା । ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଛୋଟୁ ସେନ୍ଦ୍ରିଆଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅତିରିକ୍ତ ଏସ୍‌ପି ଲମ୍ବୋଦର ବୁଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେପଟେ ଅଭିଯୁକ୍ତ ଛୋଟୁ ବିରୋଧରେ ପୂର୍ବରୁ ବି ଅପରାଧିକ ମାମଲା ରହିଥିବା ବେଳେ ଗତକାଲି ‌ତା’ ସହିତ ଉପସ୍ଥିତ ଥିବା ସ୍ତ୍ରୀ ଓ ଝିଅର ସମ୍ପୃକ୍ତି ଦିଗ‌ରେ ମଧ୍ୟ ପୁଲିସ୍‌ ତଦନ୍ତ ଚଳାଇଛି ।

jay balangir
Leave A Reply

Your email address will not be published.

sixteen − four =