pakka

ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

bbehera

ଆଠଗଡ଼ : କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଡାଳୁଆ ଓ ସରସ୍ୱତୀପୁର ଗାଁ ନିକଟରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ୯୦୩୦ ଲିଟର ପୋଚ ସହିତ ୯୪୫ ଲିଟର ଦେଶୀ ମଦକୁ ଜବତ କରି ନଷ୍ଟ କରାଯାଇଛି । ସୂଚନା ଅନୁଯାୟୀ ଖୁଣ୍ଟୁଣି ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ମଦ ରନ୍ଧନ ହୋଇଥାଏ । ଏବେ ଅବକାରୀ ବିଭାଗ ଏହି ସ୍ଥାନରେ ଚଢାଉ କରିଛି ଓ ଏହି ଚଢାଉରେ ୯୦୩୦ ଲିଟର ପୋଚ ସହିତ ୯୪୫ ଲିଟର ଦେଶୀ ମଦକୁ ଜବତ କରି ନଷ୍ଟ କରିଛି । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଦାସଙ୍କ ସମେତ ୬ରୁ ଅଧିକ ଅଧିକାରୀମାନେ ଏହି ଚଢ଼ାଉରେ ସାମିଲ ରହିଛନ୍ତି ।

Leave A Reply

Your email address will not be published.

four + three =