pakka

ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଠାରୁ ଜବତ ହେଲା ୭୧ ଲକ୍ଷ ଟଙ୍କାର ସୁନା

ନୂଆଦିଲ୍ଲୀ : ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁନା ଚୋରା ଚାଲାଣର ଏକ ବଡ ମାମଲା ସାମ୍ନାକୁ ଆସିଛି । ୭୧ ଲକ୍ଷ ଟଙ୍କା ମୂଲ୍ୟର ଚୋରା ସୁନା ଚାଲାଣକୁ ଜବତ କରିଛି କଷ୍ଟମ ବିଭାଗ । ଏୟାର ଆରବିୟର ଶାରଜା-ଜୟପୁର ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ଏହି ସୁନା ଉଦ୍ଧାର କରିଛି । ଅଭିଯୁକ୍ତ ଯାତ୍ରୀ ନିଜ ସାମଗ୍ରୀ ସହିତ ଜୋତା ଏବଂ ଅନ୍ତବସ୍ତ୍ର ଭିତରେ ଲୁଚାଇ ସୁନା ଚୋରା ଚାଲାଣ କରୁଥିଲେ । ଯାତ୍ରୀଙ୍କ ସନ୍ଦେହଜନକ ଅବସ୍ଥା ଦେଖି କଷ୍ଟମ ଅଧିକାରୀମାନେ ଚେକ୍ ପଏଣ୍ଟରେ ତାଙ୍କର ସମସ୍ତ ଲଗେଜ୍ ତନଖି କରିଥିଲେ । ଅଭିଯୁକ୍ତ ଯାତ୍ରୀ ଚୋରା ସୁନାକୁ ତରଳ ଫର୍ମାଟରେ ପରିଣତ କରି ଲୁଚାଇ ରଖିଥିଲେ । ଜବତ ହୋଇଥିବା ସୁନାର ମୋଟ ଓଜନ ପ୍ରାୟ ୧ କିଲୋଗ୍ରାମ ୨ ଶହ ଗ୍ରାମ ବୋଲି କୁହାଯାଉଛି । କଷ୍ଟମ ଅଧିକାରୀମାନେ ଚୋରା ଚାଲାଣ କରୁଥିବା ଯାତ୍ରୀଙ୍କୁ କଷ୍ଟମ୍ସ ଅଧିନିୟମ, ୧୯୬୨ର ଧାରା ଅନୁଯାୟୀ ଗିରଫ କରିଛନ୍ତି । ଏହା ସହିତ ତାଙ୍କ ପାସପୋର୍ଟକୁ ଜବତ କରି ତାଙ୍କର ବିଦେଶ ଗସ୍ତର ସବିଶେଷ ତଥ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.

three − one =