pakka

କଣ୍ଟାବାଞ୍ଜି ରେଞ୍ଜ୍‌ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠଗଣ୍ଡି ଜବତ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ରେଞ୍ଜ୍‌ର କର୍ମଚାରୀମାନେ ଢ଼ୋଲମାନ୍ଦଲ ବିଭାଗର ରାଜୁ ଆରଏଫରେ ଗତ ୧୧ ତାରିଖ ଦିନ ଏକ ସଫଳ ଚଢ଼ାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୪୮.୧୩ ସି.ଏଫ.ଟି ମାପର ୧୪ଟି କେନ୍ଦୁ ଗଣ୍ଡି, ଗୋଟିଏ କରତ, ଗୋଟିଏ ବାଇକ୍ ଏବଂ ୩ଟି ଟାଙ୍ଗିଆ ଜବତ କରାଯାଇଛି । ଏହି ଚଢ଼ାଉରେ ନରେଶ ମାଝୀ, ରାଜକିଶୋର ମାଝୀ ଏବଂ ଅଭି ମାଝୀଙ୍କୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିବା ବେଳେ ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି । ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡମାଲିଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଘନଶ୍ୟାମ ପଶାୟତ, ରାମଚନ୍ଦ୍ର ନାୟକ, ଫରେଷ୍ଟ ଗାର୍ଡ ଅଭିମନ୍ୟୁ ଭୋଇ ଏବଂ କଣ୍ଟାବାଞ୍ଜି ରେଞ୍ଜ୍‌ର ପାରା ଷ୍ଟାଫ୍ ଏହି ଚଢ଼ାଉରେ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

three × 1 =