pakka

ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ବୈଠକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲ ନିକଟସ୍ଥ ବାଲିଗାଁଠାରେ ଭକ୍ତ ଦାସିଆ ସ୍ମୃତି କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠାନର ସଭାପତି ଡ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ର, ସହ ସମ୍ପାଦକ ତଥା କିଟ୍‍ +୨ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚିତ୍ତରଞ୍ଜନ ମିଶ୍ର, ପରାମର୍ଶ ବୋର୍ଡର ସଦସ୍ୟ ତଥା ସୋଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଡଃ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଡାକ୍ତର ରାଜେନ୍ଦ୍ର ଶତପଥୀ, ପ୍ରଫେସର ବୃନ୍ଦାବନ ରଥ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସଦସ୍ୟମାନେ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ନବାଗତ ସଦସ୍ୟଙ୍କ ନାମ ତାଲିକା ପାଠ କରାଯାଇ ସେମାନଙ୍କ ସଦସ୍ୟତାକୁ ପଞ୍ଜିକୃତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରୁ ସଂଗୃହୀତ ଆର୍ଥିକ ଅନୁଦାନ ଓ ଖର୍ଚ୍ଚ ବିବରଣୀ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ ପାଠ କରିବା ସହ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଅନୁଦାନରେ ଦୈନନ୍ଦିନ ନୀତିକାନ୍ତିର ସୁସଂଗଠନ ନିମନ୍ତେ ସଦସ୍ୟମାନଙ୍କ ପରାମର୍ଶ ଲୋଡ଼ିଥିଲେ । ଭକ୍ତ ଦାସିଆଙ୍କ ପ୍ରଚାର ପ୍ରସାର ଦିଗରେ ଅଧିକ ଗୁରୁତ୍ୱ ଦିଆଯିବା ସହ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକାର ଗୁଣାତ୍ମକମାନ ବୃଦ୍ଧି ସହ ରାଜ୍ୟ ତଥା ଦେଶ ବିଦେଶରେ ଏହାର ପ୍ରଚାର ନିମନ୍ତେ ଦୃଷ୍ଟି ଦିଆଯିବାକୁ ସ୍ଥିର କରାଯାଇଥିଲା । ଐତିହ୍ୟ ପୁଷ୍କରିଣୀ ଗୋଠ ଗଡ଼ିଆର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ କରାଯିବାକୁ ଜିଲ୍ଲାପାଳଙ୍କ ଓ ପୀଠକୁ ପକ୍କା ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଓଡ଼ିଶା ବ୍ରିଜ୍‍ ଆଣ୍ଡ କନ୍‍ଷ୍ଟ୍ରକ୍ସନ କର୍ପୋରେସନ ସିଏସ୍‍ଆର ଯୋଜନାରେ ଏଠାରେ ଶୌଚାଳୟ ପାନୀୟଜଳ ବ୍ୟବସ୍ଥା ଓ ପଦପ୍ରକ୍ଷାଳନ ବ୍ୟବସ୍ଥା କରିବାକୁ ଅର୍ଥ ମଞ୍ଜୁର ହୋଇଥିବାରୁ ବିଭାଗୀୟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଆଲୋଚନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ବ୍ରଜମୋହନ ମହାନ୍ତି, ଆଇନଜୀବୀ ସରୋଜ କୁମାର ପରିଡ଼ା, ଇଂ. ଶ୍ରୀଧର ମାହଲ, ଚିତ୍ତରଞ୍ଜନ ସେନାପତି, ଡାକ୍ତର ସନ୍ଧ୍ୟାରାଣୀ ଶତପଥୀ, ପ୍ରଫେସର ଭାସ୍କର ଚନ୍ଦ୍ର ସାମନ୍ତରାୟ, ନାଟ୍ୟକାର ବିଭୁତି ଭୂଷଣ ପଟ୍ଟନାୟକ, ଜୟକୃଷ୍ଣ ରାଉତ, ଗିରିଧାରୀ ପଲାଇ, କୃଷ୍ଣଚନ୍ଦ୍ର ଲେଙ୍କା, ରାଜନ ଛାଟୋରଇ, କବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ରାଉତ, ପଞ୍ଚୁ ଜେନା, ଜନାର୍ଦ୍ଦନ ଆଳୁକ, କଣ୍ଡୁରୀ ଚରଣ ମହାନ୍ତି, ଲକ୍ଷ୍ମୀଧର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଅର୍ଜ୍ଜୁନ ମାଝୀ, ଚରଣ ପରିଡ଼ା, ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ସଂସ୍କୃତିକ ସମ୍ପାଦକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

20 − eleven =