ମାଲକାନଗିରି ସୀମାନ୍ତରେ ୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ୬ ମାଓ କ୍ୟାମ୍ପ ‌ଧ୍ୱଂସ କରି ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କଲେ ଯବାନ । ଗତକାଲି ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ । ଯବାନଙ୍କ ପାଲଟା ଗୁଳିରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ତେବେ ଏହି ଅପରେସନ ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ କରାଯାଇଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.