pakka

ଇଣ୍ଡିଆନ ଆଇକନ ପୁରସ୍କାର ପାଇଲେ ବଦାନ୍ୟ ବନ୍ଧୁର ମୁଖ୍ୟ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ଜଣାଶୁଣା ସମାଜସେବୀ ତଥା ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ କୁମାର ବିର୍ତ୍ତିଆ ପାଇଛନ୍ତି ଜାତୀୟ ପୁରସ୍କାର । ଜ୍ଞାନ ଉଦୟ ଫାଉଣ୍ଡେସନ, କୋଟା ରାଜସ୍ଥାନ ପକ୍ଷରୁ ଶ୍ରୀ ବିର୍ତ୍ତିଆଙ୍କୁ ଦିଆଯାଇଛି ଇଣ୍ଡିଆନ ଆଇକନ ପୁରସ୍କାର । ବରଗଡ଼ ଜିଲ୍ଲା ତଥା ଆଖପାଖ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ ଅଭିଭାବକ ନଥିବା ଶିଶୁମାନଙ୍କ ଆଶ୍ରମମାନଙ୍କୁ ନିୟମିତ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଆସୁଥିବା ଶ୍ରୀ ବିର୍ତ୍ତିଆ ଉକ୍ତ ସମ୍ମାନ ପାଇବା ପରେ ସେବା କ୍ଷେତ୍ରରେ ଆହୁରି ଉତ୍ସାହିତ ହେବେ ବୋଲି କହିଛନ୍ତି । ଉକ୍ତ ପୁରସ୍କାରରେ ଶ୍ରୀ ବିର୍ତ୍ତିଆଙ୍କୁ ମାନପତ୍ର ସହିତ ପାଞ୍ଚ ହଜାର ଟଙ୍କା ଆର୍ଥିକ ରାଶି ଜ୍ଞାନ ଉଦୟ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

15 − 4 =

error: Content is protected !!