pakka

୧୫ ବର୍ଷରୁ ୧୯ ବର୍ଷ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବନ୍ଧୁତ୍ତ୍ୱପୂର୍ଣ୍ଣ ହକିମ୍ୟାଚ୍‌

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ୧୫ ବର୍ଷରୁ ୧୯ ବର୍ଷ ମଧ୍ୟରେ ବାଳକ ବାଳିକାଙ୍କ ମଧ୍ୟରେ ବନ୍ଧୁତ୍ତ୍ୱପୂର୍ଣ୍ଣ ହକିମ୍ୟାଚ୍‌ ସଂଗଠିତ ହୋଇଯାେଇଛି । ବିଦ୍ୟାର୍ଥୀମାନଙ୍କୁ କ୍ରୀଡାରେ ଉତ୍କର୍ଷତା ଆଣି ହକି ଖେଳର ମାଧୁର୍ଯ୍ୟକୁ ବିକଶିତ ଓ ଜନାଦୃତ କରିବା ନିମନ୍ତେ ଓଡ଼ିଶା ହକି ଆସୋସିଏସନ୍‌ ଆନୁକୂଲ୍ୟରେ ଶନିବାର ଛତ୍ରପୁର ଷ୍ଟାଡିୟମରେ ସଂଗଠିତ ଏହି ଟୁର୍ଣ୍ଣାମେଣ୍ଟକୁ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବାଳକ ବାଳିକା କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ । ସଂଗଠନର ଉପ-ସଭାପତି ଟି.ଚନ୍ଦ୍ରଶେଖର ରାଓ, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାୟକ, କୋଷାଧ୍ୟକ୍ଷ ତୁଷାରକାନ୍ତ ପାଣ୍ଡି, ସୌଜନ୍ୟ ଉଦ୍ୟକ୍ତା ଅହିଭୂଷଣ ସାହୁ( ବାବୁଲି), ବିଶିଷ୍ଟ ଶିକ୍ଷାବିତ୍‌ ଚିନ୍ମୟ ଦାଶ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଜୁନିୟର ଓ ସିନିୟର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ମେଚ୍‌ରେ ୩-୩ଗୋଲରେ ଚମତ୍କାର ଖେଳ ପ୍ରଦର୍ଶନ ହୋଇ ଅମିମାଂସିତ ହୋଇଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

eleven − 4 =