pakka

ତୁରେକେଲା ବ୍ଲକ ଘେରାଓ କଲେ ଆଦିବାସୀ ସଂଘ

  • ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ଆଦିବାସୀଙ୍କୁ ସରପଂଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ପଦବୀରେ ସଂରକ୍ଷଣ ନ ଦେବା ପ୍ରତିବାଦରେ ବିକ୍ଷୋଭ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଶନିବାର ଦିନ ତୁରେକେଲା ବ୍ଲକ ଆଦିବାସୀ ସଂଘ ତରଫରୁ ଘେରାଓ କରି ପ୍ରତିବାଦ ସଭା କରାଯାଇଛି । ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର କୌଣସି ଗୋଟିଏ ପଂଚାୟତରେ ମଧ୍ୟ ସରପଂଚ, ବ୍ଲକ ଅଧ୍ୟକ୍ଷ ପଦବୀ ଏବଂ ଜିଲ୍ଲାର ୧୪ ଗୋଟି ବ୍ଲକରେ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରେ ମଧ୍ୟ ସଂରକ୍ଷଣ ଆଦିବାସୀମାନଙ୍କୁ ଓଡିଶା ସରକାର ଦେଇ ନ ଥିବାରୁ ଏହାର ପ୍ରତିବାଦରେ ବ୍ଲକ ଘେରାଓ କରାଯାଇଛି । ତୁରେକେଲା ସାପ୍ତାହିକ ବଜାରୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଯାଏଁ ପହଂଚିଲା ପରେ ମୁଖ୍ୟ ଫାଟକ ନିକଟରେ ଟାୟାର ଜାଳିି ବିକ୍ଷୋଭ କରାଯାଇଛି । ଆଦିବାସୀମାନଙ୍କୁ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ସରପଂଚ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରେ କୌଣସି ସଂରକ୍ଷଣ ନ କରିବାରୁ ଦୃଢ ନିନ୍ଦା କରି ନବିନ ପଟ୍ଟନାୟକଙ୍କ କୁଶପୁତୁଲିକା ପୋଡିଛନ୍ତି । ଯଦି ଆଦିବାସୀମାନଙ୍କୁ ସଂରକ୍ଷଣରୁ ବଂଚିତ କରାଯାଇଛି ତବେ ଆସନ୍ତା ଦିନରେ ନବୀନ ସରକାରଙ୍କୁ ଛାର ଖାର କରିଦେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଖରିଆର ବ୍ଲକ ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ଶବର ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିବା ବେଳେ ତୁରେକେଲା ବ୍ଲକ ଶାଖା କାର୍ଯ୍ୟକାରୀ ସଭାପତି ନରୋତମ ମାଝି ଏବଂ ନାରୀ ନେତ୍ରୀ ଖେଲନ୍ତି ସମରଥଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ପୁରୁଷ ଶୋଭାଯାତ୍ରାରେ ଆସି ବିକ୍ଷୋଭରେ ସାମିଲ ଥିଲେ । ଏହା ପରେ ବିଡିଓ ତୁରେକେଲା ଦେବାଶିଷ ସାମଲଙ୍କୁ ରାଷ୍ଟ୍ରପତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଛି । ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କଂଟାବାଂଜି ତହସିଲଦାର ଯୁଗେଶ୍ୱର ଧରୁଆ ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିବା ବେଳେ କଂଟାବାଂଜି ପୋଲିସ ଏସ.ଡି.ପି.ଓ. ହୃଷିକେଶ ମେହେର, କଂଟାବାଂଜି ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ତୁରେକେଲା ଆଇ.ଆଇ.ସି. ପ୍ରଣୟ ମୁର୍ମୁ, ସବ୍‌ଇନ୍ସପେକ୍ଟର ଦିପକ ଡୁଙ୍ଗଡୁଙ୍ଗ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । ବିକ୍ଷୋଭ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଦେଖା ଦେଇ ନ ଥିଲା ।

Leave A Reply

Your email address will not be published.

3 × three =