pakka

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଥାନା ପରିସରରେ ଅଭ୍ୟର୍ଥନା ଗୃହ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

କଂଟାବାଂଜ, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ପରିସରରେ ଆଜି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କର କମଳରେ ଅଭ୍ୟର୍ଥନା ଗୃହ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ମିଳିଥିବା ପାଂଚ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି । ଏହି ଅବସରରେ ସ୍ଥାନୀୟ ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲଙ୍କ ସହ ସମସ୍ତ ପୋଲିସ କର୍ମଚାରୀ, କାର୍ତିକ ପୁଟେଲ ଉପସ୍ଥିତ ଥିଲେ । ଏହି ଅଭ୍ୟର୍ଥନା ଗୃହ ନିର୍ମାଣ ହେବା ଦ୍ୱାରା ଥାନାକୁ ଆସୁଥିବା ଜନସାଧାରଣ ଉପକୃତ ହେବା ସହ ଥାନା ତରଫରୁ ବିଭିନ୍ନ ପ୍ରକାର ସେବା ପାଇ ପାରିବେ ବୋଲି ବିଧାୟକ ସାଲୁଜା କହିଛନ୍ତି ।

Leave A Reply

Your email address will not be published.

9 + 11 =