csstore

ବିଜୁଙ୍କ ନାମକୁ ୩ଟି ଯୋଜନାରୁ ବାଦ୍‌ ଦିଆଯାଇଛି : ହେମନ୍ତ କୁମାର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫କୁ ଓଡିଶାରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ପାଇଁ ବିଜେପି ସରକାର ବାରଣ କରିବା ପରେ ରାଜ୍ୟର ରାଜନୈତିକ ବାତାବରଣ ସରଗରମ ରହିଛି । କିନ୍ତୁ ଏହି ଘଟଣାର ଯଥେଷ୍ଟ ପୂର୍ବରୁ ବିଜୁଙ୍କ ନାମରେ ନାମିତ ୩ଟି ଯୋଜନାରୁ ବିଜୁଙ୍କ ନାମକୁ ହଟାଇ ଦିଆଯାଇ ପୁନଃ ନାମକରଣ କରାଯାଇଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟର ବିଭିନ୍ନ ବିଭାଗରୁ ମିଳିଥିବା ସୂଚନାରୁ ଜଣାପଡିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବିଜୁ କେବିକେ ଯୋଜନାକୁ କେବିକେ ବିକାଶ ଯୋଜନା ଓ ବିଜୁ ସେତୂ ଯୋଜନାକୁ ସେତୂ ବନ୍ଧନ ଯୋଜନା ନାମରେ ନାମିତ କରାଯାଇଥିବା ତଥ୍ୟ ସମ୍ପୃକ୍ତ ବିଭାଗଗୁଡିକ ଶ୍ରୀ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି । ସରକାର ପରିବର୍ତ୍ତନ ହେଲେ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ବର୍ତ୍ତମାନର ରାଜନୈତିକ କାଳରେ ଏକ ସାଧାରଣ ଘଟଣା ବୋଲି ଶ୍ରୀ ପଣ୍ଡା କହିବା ସଙ୍ଗେ ବିଜୁଙ୍କ ନାମ କିନ୍ତୁ ଯେକୌଣସି ଯୋଜନା ଠାରୁ ବହୁ ଉଚ୍ଚରେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.