centurian jitm

ଯୌତୁକ ନିର୍ଯାତନା ସହ ହତ୍ୟା ଅଭିଯୋଗ

nschool

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁର ଠାକୁରମୁନି ମହାନନ୍ଦଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳାର ପରିବାର ଲୋକେ। ଅଭିଯୋଗ ଅନୁଯାୟୀ ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁର ଦୀପ୍ତି ମହାନନ୍ଦଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବାହା କରିଥିଲେ । ବାହାଘର ସମୟରେ କନ୍ୟା ପକ୍ଷରୁ ଯଥା ଶକ୍ତି ଯୌତୁକ ସାମଗ୍ରୀ ଦିଆଯାଇ ଥିବା ବେଳେ ଅନେକ ସମୟରେ ଅଧିକ ଯୌତୁକ ସାମଗ୍ରୀ ପାଇଁ ଶଶୁର ଘର ଲୋକେ ଠାକୁରମୁନିକୁ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଠାକୁରମୁନିକୁ ତାର ସ୍ଵାମୀ, ଦିଅର ତଥା ନଣନ୍ଦ ପରିବାର ମିଶି ନିର୍ଯାତନା ଦେଉଥିବା ବେଳେ ଠାକୁରମୁନି ତିନୋଟି କନ୍ୟା ସନ୍ତାନକୁ ଜନ୍ମ ଦେବା ମହଙ୍ଗା ପଡ଼ିଥିବା ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛି । ବଡ଼ ଝିଅକୁ ଆଠ ବର୍ଷ ହେଉଥିବା ବେଳେ ଦୁଇ ନମ୍ବର ଝିଅ ଛଅ ବର୍ଷର ରହିଛନ୍ତି । ତେବେ ଗତ ସାତ ମାସ ତଲେ ଆଉ ଏକ ଝିଅକୁ ଜନ୍ମ ଦେବା ଯୋଗୁଁ ପରିବାର ଭିତରେ ଅଶାନ୍ତି ଲାଗି ରହୁଥିବା ବେଳେ ଆଜି ଏହାର କରୁଣ ପରିଣତି ଦେଖିବାକୁ ମିଳିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ ସିନ୍ଧେକେଲା ପୋଲିସ ଟିଟିଲାଗଡ଼ ଡାକ୍ତରଖାନାକୁ ପହଂଚି ମୃତ ମହିଳାଙ୍କ ଶବକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛନ୍ତି । ତେବେ ମୃତକଙ୍କ ପରିବାରର ଅଭିଯୋଗ କୁଆଧାର କରି ସିନ୍ଧେକେଲା ଥାନାରେ କେସ ନ ୧୪/୧୫-୦୨-୨୦୨୧, ଧାରା ୪୯୮ ଏ, ୩୦୨.ଆଇପିସିରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.