pakka

ଆସନ୍ତା କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

bbehera

ଭୁବନେ‌ଶ୍ୱର : ବହୁ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ପାଇଁ ଆସନ୍ତା କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାକୁ ୧.୨ହଜାର କୋଟି ଟଙ୍କାର ଉପହାର ଦେଇଥିଲେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପାଖପାଖି ୬ ହଜାର ୮ ଶହ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବେ । ସୁନ୍ଦରଗଡ଼ବାସୀଙ୍କୁ ଏତେ ପରିମାଣର ଅନୁଦାନ ଦେବା ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀମାନଙ୍କ ପ୍ରତି ଥିବା ଭଲ ପାଇବାକୁ ସୂଚାଉଛି ବୋଲି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସବୁଜ ରଙ୍ଗରେ ସଜେଇ ହେଉଛି ପୁରା ସୁନ୍ଦରଗଡ଼ ଜିଲ୍ଲା । ଚାରିଆଡ଼େ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର । ଆଉ ଏଥିପାଇଁ ପୁରା ଜିଲ୍ଲା ବିଜେଡି ହୋଇଉଠିଛି ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ମନ୍ତ୍ରୀ ଓ ବିଧାୟକ ।

jay balangir
Leave A Reply

Your email address will not be published.

six + ten =

error: Content is protected !!