csstore

୧୧ ବର୍ଷୀୟ ନାବାଳକର ହତ୍ୟା ଘଟଣାରେ ବାପା ଏବଂ ପୁଅ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାଖେଲ ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକ ସୋମନାଥ ବେମାଳର ହତ୍ୟାକୁ ନେଇ କିଛି ଦିନ ତଳେ ଲାଠୋର ଅଞ୍ଚଳରେ ଚାଞ୍ଚ୍ୟଲ୍ୟ ସୃଷ୍ଟି ହୋଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମର ଡ଼ୋଲାମଣି ରଣାକୁ ପୋଲିସ ଗିରଫ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ପରେ ତାଙ୍କ ପୁଅ ମୁକେଶ ରଣାଙ୍କୁ ମଧ୍ୟ ପୋଲିସ ଗିରଫ କରି ଉଭୟ ବାପା ଏବଂ ପୁଅକୁ ଆଜି କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀ ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବୀ କରିଛନ୍ତି । ଅନ୍ୟପଟେ ଗତ ୨୦୧୩ ମସିହାରେ ଏହିପରି ସଂକ୍ରାନ୍ତି ଓ ପୂର୍ଣ୍ଣିମା ତିଥିରେ ସେହି ଜାଗାରେ ଜଣେ ବ୍ୟକ୍ତିକୁ କେହି ହତ୍ୟା କରିଥିଲା ଯାହାକି ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଧରିପାରି ନାହିଁ ।

jayashree
Leave A Reply

Your email address will not be published.