pakka

ଟାଙ୍ଗିଆରେ ହାଣି ଜଣକୁ ହତ୍ୟା ଅଭିଯୋଗରେ ପରିବାରର ୫ ଜଣ ଅଟକ

bbehera

ଦେବଗଡ : ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ । ମୃତ ହୃଦାନନ୍ଦଙ୍କ ମୃତଦେହ ତାଙ୍କର ଅର୍ଦ୍ଧନିର୍ମିତ ଘର ମଧ୍ୟରେ ପଡିଥିବା ଅବସ୍ଥାରେ ଦେଖିବା ପରେ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ନିକଟରୁ ପୋଲିସ ଏକ ଟାଙ୍ଗିଆ ଜବତ କରିଛି । ଦେବଗଡ ଏସ୍‌ପି ପ୍ରମୋଦ ରଥ, ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ସନ୍ଦେହରେ ପରିବାରର ପାଞ୍ଚ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।

jay balangir
Leave A Reply

Your email address will not be published.

two × 3 =

error: Content is protected !!