ମୃତକଙ୍କ ପରିବାରକୁ ପ୍ରଶାସନିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ପାଇକମାଲ ବିଡ଼ିଓ ଦେବାଶିଷ ସିହ୍ନାଙ୍କ ନିକଟକୁ ଯାଇ ଜର୍ଜଗଡ଼ ଗ୍ରାମର ଜଣେ ଗରିବ ଯୁବକ କୀର୍ତ୍ତନ ଚନ୍ଦନଙ୍କର ମୃତ୍ୟୁ ଖବର ଜଣାଇବା ସହିତ ମୃତକଙ୍କର ପରିବାରକୁ ତୁରନ୍ତ କିଛି ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ବିଡ଼ିଓ ଶ୍ରୀ ସିହ୍ନା ତୁରନ୍ତ ଅଧିକାରୀ ମାନଙ୍କ ସହିତ ଓ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ପାଇକମାଲ ବିଡ଼ିଓ ଦେବାଶିଷ ସିହ୍ନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜମେବତୀ ମାଝୀ, ପାଇକମାଲ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ପାଇକମାଲ ପଞ୍ଚାୟତ ସମିତି ସଭ୍ୟଙ୍କ ପ୍ରତିନିଧି ସୁଶାନ୍ତ ନାଗ, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ଡିଙ୍କର ସହିତ ଜର୍ଜଗଡ଼ ଗ୍ରାମକୁ ଯାଇ ସ୍ୱର୍ଗତ କୀର୍ତ୍ତନ ଚନ୍ଦନଙ୍କର ୮୫ ବର୍ଷୀୟ ବାପା, ୮୦ ବର୍ଷୀୟ ମା’ ଓ ବିଧବା ସ୍ତ୍ରୀଙ୍କୁ ୫୦ କି.ଗ୍ରା. ଚାଉଳ ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇ ହଜାର ଓ ବିଡିଓ ନିଜେ ଦୁଇ ହଜାର ଟଙ୍କା ସାହାଯ୍ୟର ହାତ ବଢ଼ାଇଥିଲେ । ଏହା ସହିତ ବିଭିନ୍ନ ବିଷୟରେ ଆଲୋଚନା ପରେ ଯାହା ସରକାରୀ ଯୋଜନାରେ ମିଳିବ ଆମେ ସାହାଯ୍ୟ କରିବୁ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ସେହି ଗ୍ରାମର ଯୋଗେନ୍ଦ୍ର ବରିହା (୨୨) ଗତ ମାସ ୧୮/୭/୨୨ ଦିନ ନିଜ ଘରେ ଖପରା ସଜାଡୁ ଥିବା ବେଳେ ବିଦ୍ୟୁତ କରେଣ୍ଟରେ ଲାଗି ଯାଇ ମୃତ୍ୟୁବରଣ କରିଥିଲେ । ତେଣୁ ବ୍ଲକରୁ ଆସିଥିବା ସମସ୍ତ ଅଧିକାରୀ ମାନେ ଓ ଗ୍ରାମର ଭଦ୍ର ବ୍ୟକ୍ତି ଓ ସାମ୍ବାଦିକମାନଙ୍କ ସହ ତାଙ୍କ ଘରକୁ ଯାଇ ମୃତକଙ୍କ ମା’ ସତ୍ୟବତୀ ବରିହାଙ୍କୁ ଦୁଇ ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ ଓ ବିଭିନ୍ନ ବିଷୟରେ ପଚରା ଉଚରା କରି କୌଣସି କାମ ପଡିଲେ ସିଧା ସଳଖ ମୋ ପାଖକୁ ପହଂଚିବ ବୋଲି ବିଡିଓ ଶ୍ରୀ ସିହ୍ନା କହିଥିଲେ । ବିଡିଓଙ୍କ ଏହିପରି କାମକୁ ଗ୍ରାମବାସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

1 × 2 =