pakka

କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା : ଋଣ ପାଇଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ

bbehera

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ନକୁଳଗୁଡା ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଚାଷୀ ଜଣକ ହେଉଛନ୍ତି ନକୁଳଗୁଡା ଗ୍ରାମର ଡୁମର ହରିଜନ (୬୦) । ସେ ଜମିରେ ପକାଇବା କୀଟନାଶକ ଖାଇ ରବିବାର ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବୋରିଗୁମ୍ମା ମେଡ଼ିକାଲରେ ଚିକିତ୍ସା ଚାଲୁଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ବିସିଂହପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସୂଚନା ଅନୁସାରେ ଡୁମର ତିନି ଏକର ଚାଷ ଜମିରେ ଧାନ ଚାଷ କରିଥିଲେ । ଏଥିପାଇଁ ସେ ଲୋକଙ୍କ ଠାରୁ ୭୦ ହଜାର ଟଙ୍କା କରଜ କରିଥିଲେ । ଚଳିତ ଲଘୁଚାପ ବର୍ଷାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାହାକୁ ସମ୍ଭାଳି ନ ପାରି ଚାଷ ଜମିରେ ହିଁ କୀଟନାଶକ ଔଷଧ ଖାଇ ଦେଇଥିଲେ ବୋଲି ପୁଅ ରମେଶ ହରିଜନ କହିଛନ୍ତି । ସେପଟେ ମୃତ ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

15 − thirteen =