pakka

ନଦୀରେ ଭାସି ଯୁବକ ନିଖୋଜ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ନିଖୋଜ ଯୁବକ ଜଣକ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ ବେନ୍ଦି ଭାସି ଯାଇଛନ୍ତି । ଖଡ୍ଗ ନଦୀର ଇନ୍ଦୀରାଜ କୂଳକୁ ଡ଼ଙ୍ଗା ଫେରେଇ ଆଣିବାକୁ ଯୁବକ ଜଣକ ବାନ୍ଦାପାଙ୍ଗା ତୁଠକୁ ଆସୁଥିଲେ । ତେବେ ନଦୀରେ ପାଣି ଅଧିକା ଥିବାରୁ ଯୁବକ ଜଣକ ଭାସି ଯାଇଥିଲେ । କିଛି ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ ବାହିନୀକୁ ଅଞ୍ଚଳବାସୀ ଖବର ଦେଇଥିଲେ । ତେବେ ବାଲିଗୁଡା ଅଗ୍ନିଶମ ବାହିନୀର ଏକ ଟିମ ବାନ୍ଦାପାଙ୍ଗା, ସିନ୍ଦିରୀ ଗାଁ, କୁଟିକିଆ ଗ୍ରାମ ଦେଇ ପ୍ରବାହିତ ଖଡ୍ଗ ନଦୀରେ ସନ୍ଧାନ ଚଳାଇଛନ୍ତି । ତେବେ ଦୀର୍ଘ ଚାରି ଘଣ୍ଟା ପରେ ବି ଭାସି ଯାଇଥିବା ଯୁବକ ବେନ୍ଦିଙ୍କ ବର୍ତମାନ ଯାଏଁ ସନ୍ଧାନ ମିଳିନାହିଁ ।

jay balangir
Leave A Reply

Your email address will not be published.

eight − seven =

error: Content is protected !!