ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଚାଂଚଲ୍ୟ । ସାଙ୍ଗ ସାଜିଲା ସଇତାନ । ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ବିଭତ୍ସ ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ । ମୃତକ ଜଣକ ହେଉଛନ୍ତି ସୁଜିତ ଭୋଇ । ସୁଜିତ ତାଙ୍କ ୪ ଜଣ ସାଙ୍ଗ ମାନଙ୍କ ସହ ସେହି ଗାଁର ପତର ଫଡି ନିକଟରେ ରାତିରେ ଭୋଜି କରୁଥିଲେ । ଏହି ସମୟରେ ତାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏନେଇ ସୁଜିତଙ୍କ ବେକକୁ ହାଣି ଦେଇଥିଲେ । ତେବେ କାହିଁକି ଓ କେଉଁ କାରଣ ପାଇଁ ଏଭଳି ହତ୍ୟା କାଣ୍ଡ ଘଟିଲା ତାହା ଜଣାପଡି ନଥିବା ବେଳେ ଏନେଇ ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ତିନିଜଣକୁ ଅଟକ ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ଯୋଗୁଁ ଆଜି ସକାଳୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
Next Post