pakka

ମ.ରାମପୁର ଅଞ୍ଚଳରେ ବଢୁଛି ହାତୀ ଉପଦ୍ରବ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଉତ୍ତର ବନଖଣ୍ଡ ଅଧୀନରେ ଥିବା ମ.ରମପୁର ରେଂଜ ଅଚଂଳରେ ଗତ କିଛିଦିନ ହେଲା ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପ୍ରାୟ ୨୯ଟି ହାତୀଥିବା ଏକ ହାତୀପଲ ମ.ରାମପୁର ଉତେଇ ନଦୀକୂଳବର୍ତ୍ତୀ ଅଂଚଳରେ ଥିବା ଅନେକ ଚାଷୀଙ୍କ ଶହ ଶହ ସଂଖ୍ୟାରେ କଦଳୀଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହି ସବୁ କଦଳୀ ବଗିଚା ଗୁଡ଼ିକରେ ଏଭଳି ଭାବରେ ନଷ୍ଟ କରିଛନ୍ତି ଯେ, ଗୋଟିଏ ବି କଦଳୀ କାନ୍ଧି ରହିନାହିଁ ଏବଂ ହେବାକୁ ଥିବା କାନ୍ଧିଗୁଡ଼ିକୁ ମଧ୍ୟ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ତେବେ ଏହି ସବୁ ଅଂଚଳରେ ଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ ହଜାର ହଜାର ଟଙ୍କାର କ୍ଷତି ସହି ଏବେ ଉତ୍ୟକ୍ତ ରହିଛନ୍ତି ଚାଷୀକୂଳ । ଏହି ହାତୀପଲ ନର୍ଲା ରେଂଜ ଅଂଚଳରୁ ମ.ରାମପୁର ରେଂଜ ଅଂଚଳକୁ ଆସି ଚାଷ ନଷ୍ଟକରିବା ସହିତ ପୁଣିଥରେ ନର୍ଲା ରେଂଜ ଅଂଚଳକୁ ଫେରିଯାଉଥିବା ଜଣାଯାଇଛି । ମ.ରାମପୁର ରେଂଜ ଅଂଚଳରେ (ଗୌଡ଼କେଲା) ଆଉ ଏକ ୧୬ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା କହିଛନ୍ତି ମ.ରାମପୁର ବନପାଳ ରମେଶଚନ୍ଦ୍ର ବାଗ ତେବେ ବନବିଭାଗର କର୍ମଚାରୀମାନେ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ପରେ ପୁଣିଥରେ ହାତୀପଲ ଚାଷ ମୁହାଁ ହୋଇ ଚାଷ ନଷ୍ଟକରୁଥିବା କହିଛନ୍ତି ଚାଷୀମାନେ । ଏନେଇ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାସଙ୍କୁ ପଚାରିବାରୁ, ସେ ଗତକାଲି ରାତିରେ ମୁଁ ନିଜେ ଅନ୍ୟକର୍ମଚାରୀଙ୍କ ସହିତ ହାତୀପଲ ଘଉଡ଼ାଇବାକୁ ଯାଇଥିଲି ଏବଂ ନର୍ଲା ରେଂଜ ଅଂଚଳରୁ ଏହି ହାତୀପଲ ମ.ରାମପୁର ରେଂଜକୁ ଆସୁଛନ୍ତି । ଆମେ ଯେତେବେଳେ ଯେଉଁ ଅଂଚଳରୁ ଖବର ପାଉଛୁ, ସଙ୍ଗେ ସଙ୍ଗେ ସେହି ଅଂଚଳକୁ ଯାଇ ହାତୀ ଘଉଡ଼ାଉଛୁ । ତେବେ କ୍ଷତିଗ୍ରସ୍ତ ହେଇଥିବା ଚାଷୀମାନେ ଯଦି ଦରଖାସ୍ତ କରନ୍ତି, ତେବେ ଆମେ ତାହାର ତଦନ୍ତ କରି ରିପୋର୍ଟ କରିବୁ ଏବଂ କ୍ଷତି ମୁତାବକ ନିଶ୍ଚିତ ଚାଷୀମାନେ କ୍ଷତି ପୂରଣ ପାଇପାରିବେ । ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଚାଷୀଙ୍କ ଚାଷ ସୁରକ୍ଷା ଉପରେ ବନବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

five × 3 =