pakka

ରାମପୁର ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ କମ୍ବଳ ବଣ୍ଟନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥିତି ରାମପୁର ଲଷ୍ମୀ ନାରାୟଣ ଯୁବକ ସଂଘ ପକ୍ଷରୁ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭାପତି ମନୋଜ ମେହେର ସମ୍ପାଦକ ରଞ୍ଜିତ ମେହେର ତତ୍ତ୍ଵାବଧାନରେ କମ୍ବଳ ବଣ୍ଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ମ୍ୟୁଜିକ୍ ଚେୟାର୍‌ ପ୍ରତିଯୋଗିତାରେ ରାମପୁର ପୁଅଝିଅ ମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସିନିୟର ଗ୍ରୁପ୍‌ର ପ୍ରଥମ ବିଜେତା ସୁନିତା ପସାୟତ୍, ଦ୍ଵିତୀୟ ବିଜେତା ଆସିକା ଠାକୁର ଓ ତୃତୀୟ ବିଜେତା ଭୂମି ମହାଲିଙ୍ଗ ଏବଂ ଜୁନିଅର ଗ୍ରୁପର ପ୍ରଥମ ସ୍ଥାନ ସନ୍ତୋଷିନି ମେହେର ଦ୍ଵିତୀୟ ସ୍ଥାନ ଶ୍ରୀତମ ଠାକୁର, ତୃତୀୟ ସ୍ଥାନ ସୁଜାତା ରଣା ଅଧିକାର କରିଥିଲେ । ପ୍ରତିଯୋଗି ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନକରିଥିଲେ । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

seven + seven =