pakka

ସରୁନି ଦାଦନ ଦୁଃଖ : ସ୍ତ୍ରୀ ମଥାରୁ ହଜିଲା ସିନ୍ଦୁର, ମା’ ଛୁଆଙ୍କୁ ସାହା ହେବ କିଏ

bbehera

ମ.ରାମପୁର : (ହେମନ୍ତ ସାହୁ) : ଦାଦନ ସମସ୍ୟା କଥା କହିଲେ, ଦିଶିଯାଏ ନୂଆ ବାହା ହୋଇଥିବା ସ୍ତ୍ରୀ ମୁହଁର ବିକଳ ଚିତ୍ର । ଦାଦନ କଥା କହିଲେ, ଘରେ ରୋଗିଣା ବାପାର ପୁଅର ଟଙ୍କାକୁ ଅନେଇ ବସିବାର ଚିତ୍ର । ଦାଦନ ହେଇ କିଏ କ’ଣ ପାଏ କେଜାଣି, କିନ୍ତୁ କେବେ ମାଁ କୋଳରୁ ହଜିଯାଏ ପୁତ୍ର ତ ଆଉ କେବେ ନବ ବିବାହିତା ପତ୍ନୀ ମଥାରୁ ସିନ୍ଦୁର । ଠିକ ଏହି ଭଳି ଏକ କରୁଣ କାହାଣୀ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡମ୍ବକର୍ଲାଖୁଣ୍ଟା ପଂଚାୟତର ଡ଼ୁମେରଗୁଡ଼ା ଗ୍ରାମର ମିଶ୍ର ସାହୁ(୩୨), ଗତ କିଛିବର୍ଷ ଧରି କେରଳ ରାଜ୍ୟରେ ଯାଇ ଜଣେ ଠିକାଦାର ପାଖରେ ଶ୍ରମିକ ଭାବରେ କାମ କରୁଥିଲେ । ଗତ ଡ଼ିସେମ୍ବର ମାସରେ ତାଙ୍କର ହଠାତ୍‌ ଦେହ ଖରାପ ହେବାରୁ ତାଙ୍କୁ କୋଏମ୍ବାଟୁର ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ହେଁ ଡ଼ିସେମ୍ବର ୧୬ ତାରିିଖ ସକାଳେ ସେଠାରେ ସେ ଆଖି ବୁଜିଦେଇଥିଲେ । ଘରୁ ନିଜର ଜଣେ ଭାଇ ତାଙ୍କ ପାଖରେ ରହି ତାଙ୍କରି ଚିକିତ୍ସା କରାଉଥିଲେ, କିନ୍ତୁ ହଠାତ୍‌ ନିଜ ଭାଇର ପରଲୋକ ପରେ ସେ ଭାଙ୍ଗିପଡ଼ିଥିଲେ । ସେ ସିଧା ସଳଖ କୋଉ କମ୍ପାନୀ ପାଖରେ କାମ କରୁନଥିବା କାରଣରୁ ତାଙ୍କରି ଶବକୁ ଗାଁ କୁ ଆଣିବାକୁ ଆବଶ୍ୟକ ହେଉଥିବା ଅର୍ଥ ଭରଣା ଦେବାକୁ ସାମର୍ଥ୍ୟ ନଥିଲେ ପରିବାର ଲୋକେ । ଶେଷରେ ସେଠାରେ ନିଜ ଭାଇର ଶବ ସତ୍କାର କରିଦେଇ ଗାଁକୁ ଫେରିଥିଲେ । ପତ୍ନୀ କି ଛୁଆ କେହି ବି ମଲାବେଳେ ନିଜ ପ୍ରିୟମଣିଷର ମୁହଁ ବି ଦେଖିପାରିନଥିଲେ । ତେବେ ଏଭଳି ଏକ ଦାରୁଣଦୁଃଖ ପରେ ଏବେ ବିଧବାପତ୍ନୀ ମଞ୍ଜୁଲତା ସାହୁ ନିଜର ଏକ ସନ୍ତାନକୁ ଧରି କେବଳ ଲୁହ ଗଡ଼େଇ ଚାଲିଛନ୍ତି । ବାକିତକ ଜୀବନ ସେ କେମିତି ଯେ ନିଜ ପିଲା ମୁହଁରେ ଖାଇବାକୁ ମୁଠେ ଦେବେ ଏନେଇ ସେ ଏବେ ସନ୍ଦିହାନ । ତେଣୁ ତାଙ୍କୁ ସହଯୋଗ କରିବାକୁ ପରିବାର ବର୍ଗ ତଥା ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

fourteen + one =