ହାତୀ ଉତ୍‌ପାତ୍‌ : ୨ ନାବାଳକଙ୍କୁ ଦଳି ଦେଲା

ଅନୁଗୁଳ : ହାତୀ ଉତ୍‌ପାତ୍‌ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଂଚଳରେ ବଢ଼ି ବଢ଼ି ଚାଲିଥିବା ବେଳେ ପୁଣି ଦୁଇ ଜଣ ନାବାଳକଙ୍କୁ ଗୋଠ ଖଣ୍ଡିଆ ଦନ୍ତା ହାତୀ ଦଳି ଦେଇଥିବା ଖବର ମିଳିଛି । ସୂଚନା ଅନୁସାରେ ଛେଣ୍ଡିପଦା ରେଂଜ୍‌ ଅନ୍ତର୍ଗତ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ପୁଅ ଶ୍ରୀକାନ୍ତ(୧୩) ଓ ରମେଶ ସାହୁଙ୍କ ପୁଅ ଚନ୍ଦନ(୧୭) ସେମାନଙ୍କ ୩ ଜଣ ସାଙ୍ଗଙ୍କ ସହ ଗତକାଲି ସଂଧ୍ୟା ସମୟରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିବା ବେଳେ ଗୋଠଖଣ୍ଡିଆ ଦନ୍ତାର ହାବୁଡ଼ରେ ପଡ଼ିଥିଲେ । ତେବେ ଶ୍ରୀକାନ୍ତ ଓ ଚନ୍ଦନକୁ ହାତୀ ଆକ୍ରମଣ କରିଥିଲା ଏବଂ ସେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ନବମ ଶ୍ରେଣୀର ଛାତ୍ର ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରର ଏକ ପ୍ରାଇଭେଟ୍‌ ହସ୍‌ପିଟାଲ୍‌ରେ ଚନ୍ଦନଙ୍କ ଚିକିତ୍ସା ଚାଲିଥିବା ଖବର ମିଳିଛି ।

Leave A Reply

Your email address will not be published.