ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ : ହତ୍ୟା ସନ୍ଦେହ, ବନ ବିଭାଗ ପହଞ୍ଚି ନାହିଁ

ବଲାଙ୍ଗିର/ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସିନ୍‌ଖମନ ନିକଟସ୍ଥ ରତାଖଣ୍ଡି ଗାଁ ପାଖରେ ହାତୀର ମୃତ ଦେହ ଠାବ ହୋଇଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି । ବିଦ୍ୟୁତ ତାର ଲଗାଇ ହାତୀକୁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀଙ୍କୁ ପଚାରିବାରୁ ଯଦି ହାତୀକୁ ହତ୍ୟା କରାଯାଇଛି, ତେବେ ଦୃର୍ବୃତ୍ତମାନେ ଦାନ୍ତ ନେବା କଥା । ତେବେ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.