ଲୋଇସିଂହାରେ କରୋନା ମୁକାବିଲା ସଭା : ଡାକ୍ତରଖାନାରେ ଭେଂଟିଲେଟର ସୁବିଧା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ମାହେଶ୍ୱରୀ ସଂଗଠନର ଆବାହାକତ୍ୱରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ଦେବାଶିଷ ବିଶୋଇଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ସଭାରେ କରୋନା ମୁକାବିଲା ଉପରେ ଆଲୋଚନା ହୋଇଥିଲା । ମହାମାରୀ କରୋନା ଲୋଇସିଂହା ସମେତ ଗ୍ରାମାଂଚଳରେ ମଧ୍ୟ କାୟାବିସ୍ତାର କରିଚାଲିଛି । ଏପରିକି ପ୍ରତ୍ୟହ କରୋନା ପଜିଟିବ ସଂଖ୍ୟା ବଢିବାରେ ଲାଗିଛି । ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି । କରୋନା ମୁକାବିଲା ଦିଗରେ ବ୍ଲକ ପ୍ରଶାସନ ସମେତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସଚେତନତା ଚାଲିଛି । ତଥାପି କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ପଜିଟିଭ ସଂଖ୍ୟା ବୃଦ୍ଧି ହେବା ସହ ମୂଲ୍ୟବାନ ଜୀବନ ମଧ୍ୟ ଚାଲି ଯାଉଛି । ତେଣୁ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେବା ଉପରେ ମତ ପ୍ରକାଶ ପାଇଥିଲା । ଏହାସହ ଲୋଇସିଂହା ବ୍ଲକ ସମେତ ଆଖପାଖ ଅଂଚଲ ନିର୍ଭର କରୁଥିବା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଡାକ୍ତରଙ୍କ ଅଭାବ ରହିଛନ୍ତି । ତଥାପି ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଆସ୍ଥା ରହିଛି । ତେଣୁ ଭେଂଟିଲେଟରର ଆବଶ୍ୟକତା ଉପରେ ଉପସ୍ଥିତ କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ସମେତ ବିଭାଗୀୟ ଉଚ୍ଚ ପଦାଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏଠାରେ ଏକ ଭେଂଟିଲେଟର ବ୍ୟବସ୍ଥା କରିବାକୁ ସର୍ବସମ୍ମତି କ୍ରମେ ଦାବୀ ଉପସ୍ଥାପନ ହୋଇଥିବା ଜଣାଯାଇଛି । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଦିଳିପ କୁମାର ବେହେରା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା, ଲୋଇସିଂହା ସରପଂଚ ଓ ସୁନୀଲ କୁମାର ଅଗ୍ରୱାଲ, ସମିତି ସଭ୍ୟ ନନ୍ଦକିଶୋର ଭୋଇ, ବ୍ଲକ ସାମ୍ବାଦିକ ସଂଘ ସଭାପତି ସରୋଜ ବିଶ୍ୱାଳ, ଆଦିବାସୀ ସଂଘ ସଭାପତି ଶ୍ୟାମସୁନ୍ଦର ଭୋଇ ସମେତ ବହୁ ବୁଦ୍ଧିଜୀବୀ ଓ ବିଭିୁନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.