ଉପଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନରେ ପଡ଼ାବସୀ ଉଲ୍ଲସିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ନୀଳଚକ୍ର ନଗର, ଯାହା ଟିଟିଲାଗଡର ଆଠ ନମ୍ୱର୍ ୱାର୍ଡ । ସେଠାରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରଶାସନ ପାଖରେ ଦୀର୍ଘ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ପ୍ରସାଶନିକ ଅଧିକାରୀ ସମସ୍ୟାର ସମାଧାନ କରୁନଥିଲେ । ଟିଟିଲାଗଡର ନୂତନ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ଆଜି ପ୍ରାୟ ଦୁଇ ମାସ ପରେ ହଠାତ୍ ଉକ୍ତ ଅଞ୍ଚଳକୁ ପରିଦର୍ଶନ କରି ନିମ୍ନସ୍ଥ ଅଧିକାରୀଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେଠାକାର ବାସିନ୍ଦାଙ୍କ କହିବାନୁଯାୟୀ ସଫାସୁତୁରା, ପରିମଳ ବ୍ୟବସ୍ଥା ଏବଂ ଅସମ୍ପୂର୍ଣ୍ଣ ହୋଇଥିବା ନାଳ ନିର୍ମାଣ ସେହି ଅଞ୍ଚଳର ମୁଖ୍ୟ ସମସ୍ୟା ଥିଲା । ଏହିପରି ଲୋକଙ୍କ ସହ ଲୋକଙ୍କ ସମସ୍ୟାକୁ ସମାଧାନ କରିପାରିଲେ ଉପଜିଲ୍ଲାପାଳ ଲୋକଙ୍କ ବିଶ୍ୱାସ ଭାଜନ ହେବା ସହ ଲୋକପ୍ରିୟ ହୋଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.