oom

ରାସ୍ତା ନିର୍ମାଣରେ ଜାଲିଆତି ଅଭିଯୋଗ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହରିଲୁଟ୍‌

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଂଘାତିକ ଅଭିଯୋଗ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକରେ ଚାଲିଛି ହରିଲୁଟ୍‌ । ଖପ୍ରାଖୋଲ ଅଞ୍ଚଳରେ ଠିକାଦାରମାନେ ଯେପରି ସରକାରୀ ଅଫିସରଙ୍କ ଏକ ଟଙ୍କା ଲଗାଇବା ଗଛ ଭଳି ହୋଇଯାଇଛି ବୋଲି ଚର୍‌ଚା ଜୋର୍‌ ଧରିଛି । ଯେତେ ଲୁଟିଲେ ବି କାହାର ପ୍ରତିବାଦ ନାହିଁ, ଖୁଲମ ଖୁଲା ଚାଲିଛି ଗରିବଙ୍କ ଆଖିରେ ଧୂଳି ମରା । କାଦୁଅ ପାଣିରେ ଲୋକଙ୍କ ଚାଲିବାରେ କଷ୍ଟ ହେଉଥିବାରୁ ସରକାର କଂକ୍ରିଟ ରାସ୍ତାର ଯୋଜନା କରିଥିଲେ କିନ୍ତୁ ଏଠି ତାହା ସମ୍ପୂର୍ଣ୍ଣ ଓଲଟା ଦେଖାଯାଉଛି । ଏହି କଂକ୍ରିଟ କାମରେ ବ୍ୟବହୃତ ସିମେଣ୍ଟ ଅତି ନିମ୍ନମାନର ବୋଲି ଅଭିଯୋଗ ହେଉଥିବା ବେଳେ କରାଯାଥିଉବା କଂକ୍ରିଟ କାମରେ ବାଲି ଅଧିକା ସିମେଣ୍ଟ ମିଶ୍ରଣ କମ୍‌ ବୋଲି ଆଲୋଚନା ହେଉଛି । ଏହିଭଳି ନିମ୍ନମାନର କାମ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସଦର ମହରାପଦର ପଞ୍ଚାୟତ ଛକ ଠାରେ । ମହରାପଦର ଠାରୁ ସର୍ଗିପାଲି ମାଟି ରାସ୍ତା ଥିବାରୁ ମାତ୍ର ୩୦୦ ଫୁଟ କଂକ୍ରିଟ କାମ ୪ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ କାମ ଚାଲିଛି । କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ନଥିବା ବେଳେ କାହାକୁ ଜଣା ନାହିଁ, କେଉଁ ଫଣ୍ଡରୁ କାମ ଚାଲିଛି । ଏମିତିକି କାର୍ଯ୍ୟର ସ୍ଥାୟୀତ୍ୱ ଉପରେ ସନ୍ଦେହ ଘନୀଭୂତ ହେଉଛି । ଗ୍ରାମର କିଛି ଲୋକ ଅଭିଯୋଗ କରିଛନ୍ତି, କାମ ଅତି ନିମ୍ନମାନର ହେଉଛି, କିନ୍ତୁ ଠିକାଦାରଙ୍କ କାହାରିକୁ ଖାତିର୍‌ ନାହିଁ । ଏନେଇ ଯନ୍ତ୍ରୀ ଦିଲୀପ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କି, ଆମେ କଣ ନିମ୍ନ ମାନର କାମ କରିବାକୁ କହୁଛୁ କି, ମୁଁ ଠିକାଦାରଙ୍କୁ ଫୋନ କରି ଜଣାଉଛି, ମୁଁ ମୋ କାମରେ ବଲାଙ୍ଗିର ଆସିଛି କହି ବେପରୁଆ ଭାବେ ଉତ୍ତର ରଖି ଫୋନ କାଟି ବିଚ୍ଛିନ୍ନ କରିଥିଲେ । ଏନେଇ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏପରି ଅଭିଯୋଗ ଆସିନି, ଆପଣଙ୍କ ଠାରୁ ପ୍ରଥମେ ଶୁଣିଲି, ତେଣୁ ଏପରି ନିମ୍ନମାନର କାମକୁ ପ୍ରଶ୍ରୟ ଦିଆଯିବ ନାହିଁ । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବିଡ଼ିଓ ।

jittmm
Leave A Reply

Your email address will not be published.