pakka

ସୁବର୍ଣ୍ଣପୁର ଜିଲ୍ଲା ସହ ବୀରମହାରାଜପୁରଠାରେ ପ୍ରସିଦ୍ଧ ହରିହର ଭେଟ ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରଂଗ ଓ ଅବିରର ମହାପର୍ବ ହୋଲି ଉତ୍ସବ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସାହ ଓ ଉଦ୍ଦୀପନାରେ ପାଳିତ ହୋଇଯାଇଛି । ବୀରମହାରାଜପୁର ଦୋଳ ମେଳଣ ପଡିଆରେ ପ୍ରସିଦ୍ଧ ହରିହର ଭେଟ ହୋଇଥିବା ବେଳେ ଏହି ମହାର୍ଘ ଭେଟ ପର୍ବରେ ଷୋହଳଟି ଦେବସ୍ଥଳୀରୁ ଅଷ୍ଟଶମ୍ଭୁ ଓ ଅଷ୍ଟହରି ପାରମ୍ପାରିକ ଶୋଭାଯାତ୍ରାରେ ଆସି ଏକାଠି ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ତରଭା, ବିନିକା, ଉଲୁଣ୍ଡା, ରାମପୁର ଓ ନାରାୟଣପୁର ପ୍ରଭୃତି ସ୍ଥାନରେ ମଧ୍ୟ ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ବିଗ୍ରହଙ୍କୁ ମେଳଣ ମଣ୍ଡପକୁ ଆଣି ଫଗୁ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲାର ପୁରପଲ୍ଲୀଠୁ ଆରମ୍ଭ କରି ସବୁଠି ଜାତି, ବର୍ଣ୍ଣ ନିର୍ବିଶେଷରେ ସର୍ବଧର୍ମର ଲୋକେ ପରସ୍ପର ହୋଲି ରଂଗ ମଖାମଖି ହୋଇ ସଂହତିର ସଂପର୍କକୁ ମଜବୁତ୍ କରିଛନ୍ତି ।

jay balangir
Leave A Reply

Your email address will not be published.

1 × four =