csstore

ବଲାଙ୍ଗିର ଶାନ୍ତିପଡ଼ାରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୋଦ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡ଼ାରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୋଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରତ୍ନମୋଦ ପାଇଁ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମା ପରେ ରତ୍ନମୋଦ ଦିଆଯାଇଥିବା ବେଳେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏଥିରେ ଯୋଗଦାନ କରି ରାମଭକ୍ତ ହନୁମାନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ପ୍ରସାଦ ସେବନରେ ଶହ ଶହ ଭକ୍ତଙ୍କ ସମାଗମ ଆନନ୍ଦ ବଜାରର ଦୃଶ୍ୟ ସୃଷ୍ଟି କରିଥିବା ବେଳେ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଶାନ୍ତମଣି ମିଶ୍ର ପୂଜକ ଭାବେ ଯୋଗ ଦେଇଛନ୍ତି । ସୁଶାନ୍ତ ଗଡ଼ୁଆ ଏବଂ ରାସେଶ୍ୱରୀ ମହାକୁର ଏହି ମହୋତ୍ସବରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ୟୁଥ୍‌ କ୍ଲବର ଦେବରାଜ ନାଗ, ପାର୍ଥ କର୍ଣ୍ଣ, ସୁମନ୍ତ ମିଶ୍ର, ନାରାୟଣ ମହାକୁର, ସୁରେଶ କମ୍ପ, ଧନୀରାମ ସାହୁ, ମହାଦେବ ସାହୁ, ଉମାକାନ୍ତ ପଧାନ, ରଂଜନ, ଜିତେନ, ସୋମରାଜ, ପପୁନ, ବିବେକ, ସୋନୁ, ମାନସ, ଲକ୍ଷ୍ମୀ, ରାଧାନାଥ, ସୁଶୀଲ, ବିକାଶ ପ୍ରମୁଖ ବହୁ ସଦସ୍ୟଙ୍କ ସଫଳ ଯୋଗଦାନ ଏହି ମହୋତ୍ସବକୁ ସଫଳ କରିଛି ।

jayashree
Leave A Reply

Your email address will not be published.