om academy

ଆଗକେ ଆଉଛେ ପଞ୍ଚାୟତ ନିର୍ବାଚନ : ବିହା ଘରେ ପୁହୁଁଚି ନେତାଏ କରୁଛନ ଇଲେକ୍ସନ ପ୍ରଚାର

jsm
  • ଗୁଟେ ଗୁଲିନେ ୩ଟା ଶିକାର
    ଦେଓଗାଁ, (ମନୀଷ କୁମାର ସାହୁ) : ଆଗକେ ହେବା ପଞ୍ଚାୟତ ଇଲେକ୍ସନ । ହେଥିର ଲାଗି ଏଭନୁ ଆରମ୍ଭ ହେଇଗଲା ନ ପ୍ରଚାର ପ୍ରସାର । ଏଭନୁ ଇ ନେତାମାନଙ୍କର ହାଲ ଚାଲ ଦେଖି କରି ଲାଗଲା ନ ଯେ, ଇଥର ନେତା ଆଉ ତାଙ୍କର କର୍ମୀମାନଙ୍କେ ଇଲେକ୍ସନ ପ୍ରଚାର ଲାଗି ବେଶି କଷ୍ଟ କରବାର କେ ନି ପଡ଼େ ନ । ଇଟା ଇଥିର ଲାଗି ଯେ:- ବିହା ଘର, କାମ ଘର ଆରୁ ବରୁ ଘରମାନଙ୍କେ ଯାଇକି ଗାଁର ଲୋକ ମାନଙ୍କର ସାଙ୍ଗେ ମିଶି ଦଉଛନ । ଦୁଃଖର ସୁଖର ହେଇ ଦଉଛନ୍ । ବିହା ଘରେ ନୂଆଁ କରି ବିହା ହେଇଥିବାର ଦମ୍ପତ୍ତିମାନଙ୍କୁ ବୈବାହିକ ଜୀବନ ସୁଖ ହେବାର ଲାଗି ଶୁଭକାମନା ଦେଉଛନ । ହେନ୍ତା କାମ ଆରି ଦଶା ଘରକେ ଯାଇ କରି ଶୋକାକୁଳ ପରିବାର ସଙ୍ଗେ ଦୁଃଖ ସମିଆନେ ଛନେ ବସି କରି ଆସୁଛନ । ଯେନ୍ତା କି ଦୁଃଖ ଆଉ ସୁଖର ସମିଆଁକେ ବି ନିର୍ବାଚନ ପ୍ରଚାର କଲା ଭଳିଆ ତାଙ୍କର କିଛି ସମର୍ଥକ କେ ଧରି ପୂହୁଚିଁ ପଡୁଛନ । ଆରୁ ବିହା ଘରର ଲୋକ ବି ଆମର ଘରକେ ନେତାମାନେ ବିହା ଘର ଆସୁଛନ୍ ବାଲି କେତେ ଉସତ୍ ହଉଛନ । ହେଲେ କିଏ ଜାନିଛେ ଯେ, ଇମାନେ ବିହା ଘରେ ଯାଇ ଇଲେକ୍ସନ ପ୍ରଚାର କରୁଛନ୍ ବଲି । ସଭା ସମିତି କରବାର ଲାଗି ଦଳର କର୍ମୀମାନଙ୍କୁ ଏକଜୁଟ କରବାର ସାଙ୍ଗେ ଭୂଜି ଭାତି ତ ହେବା ଏକା । ଆରୁ ହେ ଭୂଜିର ଚାନ୍ଦା ତ ନେତାର ପକେଟରୁ ହିଁ ଯିବା । ବୈଠକ କରବାର ଲାଗି ତ ଦଳର ସମର୍ଥକ ମାନକେ ଡାକବାର ସଙ୍ଗେ ଗାଁ ଗାଁ ଯାଇ କରି ଖର୍ଚ୍ଚା କରବାର୍ କେ ପଡବା । ଆରୁ ଇଟା ତ ବିହା ଲଗନ୍ ଲାଗିଛେ, ଫି ଦିନ ୩ଟାରୁ ୫ଟା ବିହା ଘର ଯିବାର ତ ଅଛେ । କେନ ଟା ଘରୁଆ ସମ୍ପର୍କୀୟ ତ କେନଟା ଦଳୀୟ ସମର୍ଥକଙ୍କର ସମ୍ପର୍କୀୟଙ୍କର ବିହା ଘର । ବିହା ଘର ତ ଯିବାର ପଡ଼ବା ସବୁ ଠାନକେ । ହେନେ ଯାଇକି ଛନେ ବସି ଦେଲେ ପଟି ଗଲା । ବିହା ଘର ବି ଉତରିବା, ଭୂଜି ବି ଖାଏବ ଆଉ ଇଲେକ୍ସନ ପ୍ରଚାର ବି କରବେ । ଇଟାକେ ନେଇ କରି ଲୋକ ବି କହି ବସଲେ ନ ଯେ, ନେତା ମାନେ ବି ଗୁଟେ ଗୁଳିରେ ୩ଟା ଶୀକାର କରି ବସଲେ ନ ।
Leave A Reply

Your email address will not be published.