om academy

କୁରୁଆଁଝରରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକଙ୍କ ଚିଠି

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବଡ଼ବନ୍ଧ ପଞ୍ଚାୟତ କୁରୁଆଁଝର ଗାଁରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିବା ଜଣାପଡିଛି । ଏହି ଗାଁରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କଲେ ଜଙ୍ଗଲ ଘେରା ଭିତରେ ଥିବା ଲଣ୍ଡାପଥର, ସାରସମାଳ, ବଡ଼ବନ୍ଧ ପଞ୍ଚାୟତର ବହୁ ଗାଁର ଲୋକେ ଉପକୃତ ହେବେ । ପ୍ରକାଶ ଯୋଗ୍ୟ ଯେ, କୁରୁଆଝର ଗାଁରେ ଏକ ଆୟୁର୍ବେଦିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ହେଲେ ଏଠାରେ ଡାକ୍ତର ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

Leave A Reply

Your email address will not be published.