csstore

ହାତୀ ଆକ୍ରମଣରେ ସାତ ବର୍ଷର ବଡ଼ ଭାଇ ମୃତ : ସାନଭାଇ ଗୁରୁତର

  • ୨୭ ଟିକିଆ ହାତୀପଲଙ୍କ ଉତ୍ପାତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ସାତ ବର୍ଷର ବଡ଼ ଭାଇ ମୃତ, ସାନଭାଇ ଗୁରୁତର । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ କୁନ୍ନାକାଡୁ ଗ୍ରାମର କାଣୁ ମାଝୀଙ୍କ ପୁଅ ରବି ମାଝୀ (୭)ର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ସାମରି ମାଝୀ(୫)ଙ୍କୁ ହାତୀ ଫିଙ୍ଗି ଦେଇଥିବା ବେଳେ ପିଠିରେ ଆଘାତ ଲାଗିଥିବା ସୂଚନା ମିଳିଛି । କାଣୁ ମାଝୀ ଆଜିକୁ ୩ ବର୍ଷ ହେଲା ହରଡାଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ପୋଡ଼ୁଚାଷ କରୁଥିବା ବେଳେ ଆଜି ସକାଳ ସାଢ଼େ ୮ଟା ସମୟରେ ଦୁଇ ଭାଇ ରବି ମାଝି ଓ ସାନଭାଇ ସାମରି ମାଝୀ ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଗାଁ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଦନ୍ତାହାତୀର ଆକ୍ରମଣ ଯୋଗୁଁ ରବିର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ କି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.