csstore

ଜମି ବିବାଦକୁ ନେଇ ଗଣ୍ଡଗୋଳ, ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଜଣେ ଯୁବକ ଏଥିରେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସାତବହନୀ ଗାଁର କେଶବ ବାଗ(୪୫)ଙ୍କୁ ପୂର୍ବ ଶତ୍ରୁତା ତଥା ଜମି ବିବାଦକୁ ନେଇ ଗତ ବିଳମ୍ବିତ ରାତିରେ ସେହି ଗାଁର ଦୁର୍ଗାପ୍ରସାଦ ନାଗ ଠେଙ୍ଗାରେ ଆକ୍ରମଣ କରିଥିବା ବେଳେ କେଶବଙ୍କ ହାତ ଭାଂଗିବା ସହ ସେ ଗୁରୁତର ହୋଇପଡ଼ିଥିଲେ । ଫଳରେ ତାଙ୍କୁ ଉଦ୍ଧାର କରି ପରିବାରବର୍ଗ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଡାକ୍ତର ରେଫର୍‌ କରିଥିଲେ । ବର୍ତ୍ତମାନ କେଶବ ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଏସଂକ୍ରାନ୍ତରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.