ସାଇକେଲରୁ ପଡ଼ି ବୃଦ୍ଧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇକେଲରୁ ଖସି ପଡ଼ି ଜଣେ ବୃଦ୍ଧ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଂଟାବାଂଜି ଥାନା ଅନ୍ତର୍ଗତ ସର୍ଗିଉଡ଼ାର ଗାଁର ଇନ୍ଦ୍ର ପୁଟେଲ(୬୦) ଗତକାଲି ସଂଧ୍ୟାରେ ସାଇକେଲରେ ମନ୍ଦିରରୁ ଘରକୁ ଫେରିବା ସମୟରେ ନୂତନ ଭାବେ ତିଆରି ହେଉଥିବା ରାସ୍ତାରେ ଭାରସାମ୍ୟ ହରାଇ ସାଇକେଲରୁ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଂଟାବାଂଜି ଡାକ୍ତରଖାନାକୁ ନେଇଥିବା ବେଳେ ତାଙ୍କୁ ସେଠାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଡାକ୍ତର ରେଫର୍‌ କରିଥିଲେ । ବର୍ତ୍ତମାନ ଇନ୍ଦ୍ର ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

four × three =