pakka

ଟ୍ରାକ୍ଟର ଓଲଟି ଡ୍ରାଇଭର୍ ଗୁରୁତର

l2

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମଲ୍ଲିକୋଦୋରୋ ଗାଁରେ ଟ୍ରାକ୍ଟର ଓଲଟି ଡ୍ରାଇଭର୍ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ତୁରେଇକେଲା ଥାନା ମଲ୍ଲିକୋଦୋରୋ ଗାଁରେ ଜମିରେ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡିଥିଲା । ଯାହାଫଳରେ ଡ୍ରାଇଭର୍‌ ଗାଡି ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର୍‌ ଜଣକ ବେହେରେନ୍ସିଲେଟ୍ ଗାଁ ଚତୁର ବାଗ୍ ବୋଲି ଜଣାପଡିଛି । ଚତୁରଙ୍କ ୨ଟି ଗୋଡ ନଷ୍ଟ ହୋଇଯାଇଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

pp
Leave A Reply

Your email address will not be published.

two + four =