pakka

ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ତରଫରୁ ଗୁରୁ ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ୧୯୭୭ ବ୍ୟାଚ ଆନୁକୂଲ୍ୟରେ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ଅବସରପ୍ରାପ୍ତ ବର୍ଷିୟାନ ଗୁରୁମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଗୁରୁବୃନ୍ଦ ସର୍ବଶ୍ରୀ ପ୍ରାଣବନ୍ଧୁ ନାୟକ, ଭାବଗ୍ରାହୀ ରଥ, ହୃଦାନନ୍ଦ ଜେନା, ଘାସିରାମ ବିଶ୍ୱାଲ, ଜଗଦାନନ୍ଦ ଛୁରିଆ, ବାଳମୁକୁନ୍ଦ ତ୍ରିପାଠି ଓ ଆଦିକନ୍ଧ ଷଡଙ୍ଗୀଙ୍କୁ ଗୁରୁ ବନ୍ଦନା ପୂର୍ବକ ଫୁଳ ଚନ୍ଦନ ସହ ଉପଢୌକନ ଦେଇ ମଂଚାସୀନ କରାଯାଇଥିଲା । ଏହି ସଭାରେ ୧୯୭୭ ବ୍ୟାଚର ସଭାପତି ରତନ କୁମାର ମହାରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପୃଥ୍ୱୀରାଜ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ଅଧ୍ୟକ୍ଷତା କରିଥିଲେ । ସଭାରେ ହାଇସ୍କୁଲର ବହୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଛାତ୍ରମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ରାଜ୍ୟସ୍ତରୀୟ ଯୋଗ, ଅଲମ୍ପିଆଡ୍‌ ୨୦୨୨ ରେ ସହଭାଗି ହୋଇଥିବା ଷଷ୍ଠ ଶ୍ରେଣୀ ଛାତ୍ର କଷ୍ଣୁଦତ୍ତ ସ୍ୱାଇଁ ଓ ୧୦ମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁମିତ କୁମାର ଜେନାଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ପ୍ରଶସ୍ତିପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ଗଣ ଗୁରୁଦିବସ ପାଳନ ପରିପ୍ରେକ୍ଷୀରେ ଅନେକ ପରାମର୍ଶମାନ ଦେଇଥିଲେ । ବିକାଶ ରଂଜନ ସାହୁ ତଥା ୧୯୭୭ ବ୍ୟାଚର ରାଜ କିଶୋର ଦାସ, ବିରେନ୍ଦ୍ର କୁମାର ମିଶ୍ର,ଡ. ସୁକାନ୍ତ ପୁରୋହିତ, ମୋହନ ଗୋପାଳ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ସତ୍ୟ ଦର୍ଜୀ, ଭଗବାନ ବଗର୍ତ୍ତି, ବିଜୟ କୁମାର ଶତପଥି, ରାମ ଶଙ୍କର ଶତପଥି, ବ୍ରଜବନ୍ଧୁ ସାଏ, ପ୍ରଦୀପ କୁମାର ସାଏ, ଅଶୋକ କୁମାର ରଣା, ସଲିମ ଖାନ,ଲକ୍ଷ୍ମୀ ପଟ୍ଟନାୟକ, ଡା. ଶିଦେ୍ଧଶ୍ୱର ମିଶ୍ର, ସୁରେନ୍ଦ୍ର ସେଠ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ । ଦୁର୍ଗା ପ୍ରଶନ୍ନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

seventeen + 1 =