ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ, ୩ ଯବାନ ସହିଦ୍

ନୂଆପଡା, (ନିରାକାର ମେହେର) : ଛତିଶଗଡ-ଓଡିଶା ସୀମାରେ ସିଆର୍‌ପିଏଫ୍‌ ଦଳ ଉପରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ତିନି ଯବାନ ସହିଦ ହୋଇଛନ୍ତି । ଏହି ହମଲା ସିଆର୍‌ପିଏଫ୍‌-୧୯ ବାଟାଲିୟନର ଆର୍‌ଓପି ପାର୍ଟି ଉପରେ ହୋଇଛି । ଏଥିରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ପାଟଦର୍ହା ଜଙ୍ଗଲରେ ଏହି ଘଟଣା ଘଟିଛି । ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ସିଆର୍‌ପିଏଫ୍‌ ଯବାନ ସଡକ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ପାଇଁ ଯାଉଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ମାଓବାଦୀ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ହମଲା କରିଥିଲେ । ଆକ୍ରମଣ ଅପରାହ୍ନ ପ୍ରାୟ ୨ଟା ୩୦ରେ ହୋଇଥିବା ସିଆର୍‌ପିଏଫ୍‌ ସୂତ୍ରରୁ ପ୍ରକାଶ ।

ଆକ୍ରମଣରେ ସହିଦ ସିଆର୍‌ପିଏଫ୍‌ ଯବାନ ହେଉଛନ୍ତି ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର(ଏଏସ୍‌ଆଇ) ଶିଶୁପାଲ ସିଂହ, ଏଏସ୍‌ଆଇ ଶିବପାଲ ଏବଂ କନଷ୍ଟେବଲ ଧର୍ମେନ୍ଦ୍ର କୁମାର ସିଂହ । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା ସିଆର୍‌ପିଏଫ୍‌ କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।

Leave A Reply

Your email address will not be published.