ଗୁଡଭେଲା, (ଖୁସିରାଣୀ ସାହୁ) : ଓସିଏସ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ସମରା ଗାଁର ନିପୁନଙ୍କ ସଫଳତା । ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୫ ନମ୍ୱର ର୍ୟାଙ୍କ ରଖି ସଫଳ ହୋଇଛନ୍ତି ନିପୁନ କୁମାର୍ ପୁରୋହିତ । ନିଜର କଠିନ ପରିଶ୍ରମ ବଳରେ ଆଜି ନିପୁନ ଓସିଏସ ପରୀକ୍ଷାରେ କୃତକାର୍ୟ୍ୟ ହୋଇପାରିଥିବା ବେଳେ ତାଙ୍କ ପରିବାରର ଭଲ ପାବଇବା ଓ ବିଶ୍ୱାସ ଯୋଗୁଁ ଆଜି ସେ ଏତେବେ ବଡ଼ ସଫଳତା ପାଇଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Prev Post