pakka

ଖଡ଼ିଆଳରେ ଏନ୍‌ଫୋର୍ସମେଟଂ ବିଭାଗ ପକ୍ଷରୁ ଜିଏସଟି ଯାଞ୍ଚ

bbehera

ଖଡିଆଳ, (ନିରାକାର ମେହେର) : ରାଜ୍ୟର ବିଭିନ୍ନ ସହରରେ ଜିଏସ୍‌ଟି ଏନଫୋର୍ସମେଟଂ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ ଚାଲିଛି । ଏହି କ୍ରମରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଥିବା ଗୋବିନ୍ଦ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲଙ୍କ ଦୁଇଟି ସୁନା ଅଳଙ୍କାର ଦୋକାନରେ ଜିଏସ୍‌ଟି ଟିମ୍‌ ଚଢ଼ାଉ କରିଥିବା ବେଳେ ଦୋକାନର କ୍ରୟ ଓ ବିକ୍ରୟ ସମ୍ବନ୍ଧୀୟ ତଥ୍ୟକୁ ନେଇ ତଦନ୍ତ ଜାରି ରହିଛି ।ଜିଏସ୍‌ଟି ବିଭାଗର ଡେପୁଟି କମିଶନର ପ୍ରିୟବ୍ରତ ଗଡଟିଆଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ସାମିଲ ଅଛନ୍ତି । ଜୁଲାଇ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦୁଇଗୋଟି ଦୋକାନରେ ସୁନା ଅଳଙ୍କାରର କ୍ରୟ ବିକ୍ରୟ ସହ ଜିଏସ୍‌ଟି ସମ୍ବନ୍ଧୀୟ ତଦନ୍ତ ଚାଲିଥିବା ବେଳେ ସମସ୍ତ କାଗଜପତ୍ରକୁ ସିଜ କରାଯାଇ ତଦନ୍ତ ଚାଲିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଡେପୁଟି କମିଶନର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

thirteen + 1 =