pakka

ପଦ୍ମପୁର ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ନୃସିଂହନାଥ ସିଂହଦ୍ୱାରରେ ଝାଡୁ ମାରିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ବୁଧବାର ସକାଳେ ନୃସିଂହନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରି ସିଂହଦ୍ୱାରକୁ ଆସି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଝାଡୁ ମାରିଥିଲେ ।

ପରେ ମନ୍ଦିର ପରିବେଶ ଦେଖି ଖୁସି ଲାଗିଲା ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ । ସେ ମଙ୍ଗଳବାର ସନ୍ଧ୍ୟାରେ ମାଣ୍ଡୋସିଲ, ପାଇକମାଲ ଛକ, ବଇଦପାଲି, କେନାବୁଦାରେ ପହଞ୍ଚିବା ପରେ ଜନସାଧାରଣ ଓ ବିଜେପି ଦଳ ପକ୍ଷରୁ ପାଇକମାଲଠାରେ ସ୍ୱାଗତ କରି ତାଙ୍କୁ ନୃସିଂହନାଥ ଓଟିଡିସି ଯାଏଁ ପାଛୋଟି ନେଇଥିଲେ । ବୁଧବାର ନୃସିଂହନାଥର ସଫେଇ କାର୍ଯ୍ୟକ୍ରମ ସାରି ପଦ୍ମପୁର ଯିବା ବାଟରେ ବିଜାଡିହିଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।

ତାଙ୍କ ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ନାଉରି ନାୟକ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ସ୍ୱଚ୍ଛ ଭାରତ ସଂଯୋଜକ ସତ୍ୟ ନାରାୟଣ ବେହେରା, ଆଇନଜୀବୀ ରାଜକିଶୋର ସାହୁ, ଡା. ଲମ୍ବୋଦର ପଣ୍ତା, ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶ୍ରୀ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଲଳିତ ଜଗତଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ଓ ଯମୁନା କନ୍ଧୁଣୀ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶୁଶାନ୍ତ ପଣ୍ତା ଏକ ଛାତ୍ରଛାତ୍ରୀ ନିବାସ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ବର୍ଷ ପୂର୍ତ୍ତ ଓ ନୂତନ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ମାନସ ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ପଦ୍ମପୁର ଗ୍ରସ୍ତ କରି ଜନତାଙ୍କ ଆଶୀର୍ବାଦ ନେଇଥିଲେ ।

ଏହି ଅବସରରେ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭାଜପା, ପଦ୍ମପୁର ନାଗରିକ କମିଟି, ବ୍ୟବସାୟୀ ସଂଘ, ବ୍ରାହ୍ମଣ ସମାଜ, ଲାୟନ୍ସ କ୍ଳବ, ମେହେର ସମାଜ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନାର ଉତ୍ତରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅବଗତ କରିବା ସହ ପଦ୍ମପୁରର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ । ଏଥିରେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୁଏ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଦେବେନ୍ଦ୍ର ମହାପାତ୍ର, ଯୁବ ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସଂପାଦକ ପାଣିଗ୍ରାହୀ, ବରିଷ୍ଠ ନେତା ଲୋଚନ ବରିହା, ଝାରବନ୍ଧ ସାଂସଦ ପ୍ରତିନିଧି ହରିହର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିଜେପି ସମସ୍ତ ମଣ୍ତଳ ସଭାପତି, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ନିରାକାର ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

fifteen + nineteen =