pakka

ବେଆଇନ ବାଲି ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ୩ ଟ୍ରାକ୍ଟରରୁ ୩୦ହଜାର ୩୩୩ ଟଙ୍କା ଆଦାୟ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ୩ଟି ଟ୍ରାକ୍ଟର ଜବତ କରି ଟ୍ରାକ୍ଟର ମାଲିକମାନଙ୍କଠାରୁ ଜରିମାନା ଆଦାୟ କରିଛନ୍ତି । ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ୩ଟି ଟ୍ରାକ୍ଟର ଗାଡ଼ି (ଓଡ଼ି୦୩ଜେ୦୨୬୨), (ଓଡ଼ି୦୩ଟି୫୯୧୬) ଓ (ଓଡ଼ି୦୩ଏନ୍‌୩୩୧୩)ରୁ ୧୦ହଜାର ୧୧୧ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଜରାସିଂହା ଆର୍‌ଆଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen − 2 =