pakka

ରାଜ୍ୟ ଘରୋଇ ଆଇଟିଆଇର ନିର୍ବାଚନରେ ଅରୁଣ ହେଲେ ସଭାପତି ଓ ଦେବାଶିଷ ହେଲେ ସାଧାରଣ ସମ୍ପାଦକ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ପିଟିଆ ରାଜ୍ୟ ଘରୋଇ ଆଇ.ଟି.ଆଇ ସଂଘର ନିର୍ବାଚନ ସରିଯାଇଛି । କରୋନା ନିୟମ ଅନୁଯାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଏହି ନିର୍ବାଚନ ହୋଇଥିଲା । ସଭାପତି ପଦ ପାଇଁ ଡ. ଅରୁଣ କୁମାର ନାୟକ ଓ ବିଭୁତି ଭୁଷଣ ତ୍ରିପାଠୀ, ସାଧାରଣ ସମ୍ପାଦକ ପଦ ପାଇଁ ଦେବାଶିଷ ଆଚାର୍ଯ୍ୟ ଓ ତ୍ରିଲୋଚନ ରାଏ, ଉପସଭାପତି ପାଇଁ ବିଶ୍ବଜିତ ପଣ୍ଡା, ମିଲନ ମହାପାତ୍ର, ରଞ୍ଜନ ବିଶ୍ବାଲ, ସଞ୍ଜୟ ଦାଶ, ଶ୍ୟାମ ସୁନ୍ଦର ମିଶ୍ର ନାମାଙ୍କନ କରିଥିଲେ । ଏହି ନିର୍ବାଚନରେ ସଭାପତି ଭାବେ ବିପୁଳ ମତ ପାଇ ଡ. ଅରୁଣ କୁମାର ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ବିଶ୍ବଜିତ ପଣ୍ଡା ଓ ମିଲନ ମହାପତ୍ର ନିର୍ବାଚିତ ହୋଇଛନ୍ତି ଓ ସାଧରଣ ସମ୍ପାଦକ ଭାବରେ ଦେବାଶିଷ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ରାଜ୍ୟର ପ୍ରାୟ ୩୦୦ରୁ ଅଧିକ ସଦସ୍ୟ ନିଜ ନିଜର ମତଦାନ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ଜୟନ୍ତ କୁମାର ବିଶ୍ବାଲ ଓ ଶୁଶିଲ କୁମାର ଧଳ ଦାଇତ୍ବ ପାଇଁ ନିୟମ ଅନୁଯାଇ ନିର୍ବାଚନ କରିଥିଲେ ।

jay balangir
Leave A Reply

Your email address will not be published.

10 + 11 =

error: Content is protected !!