pakka

ମାଟି ବୋଳି ହୋଇ ହୋଲି ପର୍ବ ପାଳିଲେ ଭାଲୁପାଲି ଗ୍ରାମବାସୀ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ନିଆରା ପରମ୍ପରା ଅବଲମ୍ବନ କରି ଦେହରେ ମାଟି ବୋଳି ହୋଇ ହୋଲି ପର୍ବ ପାଳିଛନ୍ତି ଭାଲୁପାଲି ଗ୍ରାମବାସୀ । ସୂଚନା ଅନୁସାରେ ଗତ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଭାଲୁପାଲିରେ ପଂଚଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଓ ମାଟି ଚିକିତ୍ସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀମାନେ ଦେହରେ ମାଟି ବୋଳି ହୋଇ ହୋଲି ପର୍ବ ପାଳିଛନ୍ତି । ଏହି ଯୋଗ ଶିବିରରେ ଲୋଇସିଂହା ପତଂଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଅଶୋକ କୁମାର ଅଗ୍ରୱାଲ ଓ ଯୋଗ ଶିକ୍ଷକ ଶେଷଦେବ ସାହୁ, ଯୋଗେନ୍ଦ୍ର ମହାନନ୍ଦ ଓ ବିନୋଦ ବାରିକ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ହୋଲି ଦିନ ହଳଦୀ, ମୁଲତାନୀ ମାଟି, ଊଇ ମାଟି, ଗୋପରିଶ୍ରା, ଗୋଲାପ ଜଳ, ଲିମ୍ବପତ୍ର ଆଦି ସହ ମାଟି ପ୍ରସ୍ତୁତ କରାଯାଇଥିବା ବେଳେ ଏହି ମାଟି ବୋଳି ହୋଇ ଭାଲୁପାଲି ଗ୍ରାମବାସୀ ହୋଲି ପର୍ବ ପାଳିଥିଲେ ।

jay balangir
Leave A Reply

Your email address will not be published.

10 − four =

error: Content is protected !!