om academy

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ : ଜିଲାପାଳଙ୍କୁ ଦୁଃଖ ଜଣାଇଲେ ଗ୍ରାମର ମହିଳା

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଜଳକଷ୍ଟ ଜୀବନକୁ ଦୁର୍ବିସହ କରିଦେଉଛି । ଶନିବାର ସକାଳେ ପ୍ରାୟ ୧୧ଟା ସମୟରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମପଞ୍ଚାୟତର ଛେଳିବାହାଲ ଗ୍ରାମରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା ଉପରେ ଧ୍ୟାନ ଦେବାପାଇଁ ଗ୍ରାମର ମହିଳାମାନେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରାୟ ଏକ ହଜାର ଜନସଂଖ୍ୟା ବିଶିଷ୍ଟ ଛେଳିବାହାଲ ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ଗ୍ରାମରେ ହଜାରେ ଲୋକଙ୍କ ପାଇଁ ରହିଛି ମାତ୍ର ଦୁଇଟି ନଳକୂପ । ସମୁଦାୟ ଗ୍ରାମବାସୀଙ୍କ ଆଶା ଓ ଭରସା ସାଜିଥିବା ଏହି ନଳକୂପ ଦ୍ୱୟ ମଧ୍ୟରୁ ଗୋଟିଏ ଅଚଳ ଅବସ୍ଥାରେ । ଗ୍ରାମ ମଧ୍ୟରେ ଜଳ ଯୋଗାଣ ପାଇଁ ବିଛା ଯାଇଛି ପାଇପ୍ ଲାଇନ୍ କିନ୍ତୁ ଜଳ ଯୋଗାଣର ନା ଗନ୍ଧ ନାହିଁ ବୋଲି ଅଭିଯୋଗ କରିଥିଲେ ଗ୍ରାମର ମହିଳାମାନେ । ତେଣୁ ଖୁବ୍ ଶୀଘ୍ର ଉକ୍ତ ପାଇପ୍ ଲାଇନ୍ ମାଧ୍ୟମରେ ଜଳ ଯୋଗାଣର ବନ୍ଦୋବସ୍ତ କରାଇବାକୁ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.